ଓଡିଶା

odisha

ETV Bharat / city

BMC Election; ଶାସକ ଦଳକୁ ଚେକ ଦେବେ ବିରୋଧୀ ! - ଶାସକ ଦଳକୁ ଚେକ ଦେବେ ବିରୋଧୀ

ସ୍ମାର୍ଟସିଟି ଆଳରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଜନସାଧାରଣ ଏହାର ବାସ୍ତବ ଉପଲବ୍ଧି ଅନୁଭବ କରିବା ପରିବର୍ତ୍ତେ ସରକାରୀ କଳ ବିକାଶ ନାଁରେ କୋଟି କୋଟି ଟଙ୍କା ହଡ଼ପ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିରୋଧୀ ବିଜେପି ଏବଂ କଂଗ୍ରେସ । ଅଧିକ ପଢନ୍ତୁ

BMC Election; ଶାସକ ଦଳକୁ ଚେକ ଦେବେ ବିରୋଧୀ
BMC Election; ଶାସକ ଦଳକୁ ଚେକ ଦେବେ ବିରୋଧୀ

By

Published : Nov 23, 2021, 10:43 PM IST

ଭୁବନେଶ୍ବର: ଶାସକ ଦଳକୁ ଚେକ ଦେବେ ବିରୋଧୀ । ଆଗକୁ ଆସୁଛି ପୌରନିର୍ବାଚନ । ଆଗକୁ ଆସୁଛି ପୌର ନିର୍ବାଚନ। ଶାସକ ବିଜୁ ଜନତା ଦଳ ପୌର ନିର୍ବାଚନ ପାଇଁ ଚୂଡାନ୍ତ ପ୍ରସ୍ତୁତି କରି ସାରିଥିବା ବେଳେ ଆସନ୍ତା ନିର୍ବାଚନରେ ଶାସକ ଦଳକୁ କଡା ଟକ୍କର ଦେବାକୁ ପ୍ରସ୍ତୁତ ବିରୋଧୀ ଦଳ ।

BMC Election; ଶାସକ ଦଳକୁ ଚେକ ଦେବେ ବିରୋଧୀ

ସ୍ମାର୍ଟସିଟି ଆଳରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଜନସାଧାରଣ ଏହାର ବାସ୍ତବ ଉପଲବ୍ଧି ଅନୁଭବ କରିବା ପରିବର୍ତ୍ତେ ସରକାରୀ କଳ ବିକାଶ ନାଁରେ କୋଟି କୋଟି ଟଙ୍କା ହଡ଼ପ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିରୋଧୀ ବିଜେପି ଏବଂ କଂଗ୍ରେସ। ତେବେ ଆଗାମୀ ପୌର ନିର୍ବାଚନରେ ସରକାର ଙ୍କ ବିଫଳତାକୁ ଆୟୁଧ କରି ସ୍ମାର୍ଟସିଟିବାସୀଙ୍କ ପାଖକୁ ଯିବେ ବିରୋଧୀ। ସ୍ମାର୍ଟସିଟି ନାଁ ରେ କୋଟି କୋଟି ଟଙ୍କା ବ୍ୟୟ ହେଉଛି ହେଲେ ତାର କୌଣସି ସୁଫଳ ଭୁବନେଶ୍ବର ବାସୀ ପାଉନାହାଁନ୍ତି। ଭୁବନେଶ୍ବରର ବିକାଶ ଦିଗରେ ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି ସରକାର। ସରକାରଙ୍କ ବିଫଳତାକୁ ନେଇ ଜନସାଧାରଣଙ୍କ ପାଖକୁ ଯିବୁ। ବୁଝାଇବୁ ବୋଲି କହିଛନ୍ତି । ସେଥିପାଇଁ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ 9 ଟି ବ୍ଲକ କରାଯାଇଛି। ପ୍ରତି ୱାର୍ଡ ଦାୟିତ୍ବ ଦିଆଯାଇଛି। କର୍ମୀ ନେତା ସମସ୍ତେ ଏଥର ଲାଗିବେ,କଂଗ୍ରେସ ସଫଳ ହେବ।

ସେପଟେ ବିରୋଧୀ ବିଜେପି ରାଜ୍ୟ ସରକାର ଓ ବିଏମସିର ବିଫଳତାକୁ ଆୟୁଧ କରି ପ୍ରତିଟି ଘରକୁ ଘର ଯିବ। କେନ୍ଦ୍ର ସରକାର ହଜାର ହଜାର ଟଙ୍କା ସ୍ମାର୍ଟସିଟିର ବିକାଶ ପାଇଁ ଦେଉଛନ୍ତି ହେଲେ ବିଏମସି ଭୁବନେଶ୍ବର ବାସୀଙ୍କ ସହ ଖେଳୁଛି। ବହୁ ଦୁର୍ନୀତି ହେଉଛି । ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ ଠପ। ତେଣୁ ଆସନ୍ତା ପୌର ନିର୍ବାଚନରେ ବିଜେପି ବିଏମସି ଦଖଲ କରିବ ବୋଲି କହିଛନ୍ତି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂହ। ଶାସକ ବିଜେଡି କୁ କଡା ଟକ୍କର ଦେବାକୁ ଅଣ୍ଟାଭିଡିଛି ଉଭୟ ବିଜେପି ଓ କଂଗ୍ରେସ। ତେବେ ଶାସକ ଦଳକୁ ଚେକ ଦେବାରେ କେତେ ସଫଳ ହେଉଛନ୍ତି ବିରୋଧୀ ତାହା ଆଗାମୀ ନିର୍ବାଚନ ଫଳାଫଳରୁ ହିଁ ସ୍ପଷ୍ଟ ହେବ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details