ଭୁବନେଶ୍ବର: କୋରୋନା ଯୁଧ୍ୟରେ ଜିତିବା ପାଇଁ ସ୍ମାର୍ଟସିଟିରେ ଡୋର ଟୁ ଡୋର ଥର୍ମାଲ ସ୍କ୍ରିନିଂ। ଘରେ ଘରେ ବୁଲି କୋରୋନାକୁ ଖୋଜିବ ବିଏମସି । ହଟସ୍ପଟ ଭୁବନେଶ୍ୱରରେ କୋଭିଡ ସ୍ଥିତି ଅସହ୍ୟ ହେବା ପରେ, ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ଘରେ ଘରେ ଆରମ୍ଭ ହେଲା କୋରୋନା ଖୋଜା। ସ୍ମାର୍ଟସିଟି ଭୁବନେଶ୍ୱରରେ କୋରୋନା ମହାମାରୀ ଦିନକୁ ଦିନ ଉଗ୍ର ରୂପ ଧାରଣ କରିଚାଲିଛି।
ଘରେ ଘରେ କୋରୋନାକୁ ଖୋଜିବ ବିଏମସି - କୋରୋନା
କୋରୋନା ଯୁଧ୍ୟରେ ଜିତିବା ପାଇଁ ସ୍ମାର୍ଟସିଟିରେ ଡୋର ଟୁ ଡୋର ଥର୍ମାଲ ସ୍କ୍ରିନିଂ। ଘରେ ଘରେ ବୁଲି କୋରୋନାକୁ ଖୋଜିବ ବିଏମସି । ଅଧିକ ପଢନ୍ତୁ...

ସେପ୍ଟେମ୍ବର ୧୨ ତାରିଖ ସୁଦ୍ଧା ଭୁବନେଶ୍ୱରରେ କୋରୋନା ପଜିଟିଭ ସଂଖ୍ୟା ୧୫ ୦୦୦ ଟପିଛି। ସଂକ୍ରମଣ ଚେକ ନହେବାରୁ ବିଏମସି ପକ୍ଷରୁ ଆରମ୍ଭ ହେଲା ୭ ଦିନିଆ ଅଭିଯାନ । ୭ ଦିନରେ ଭୁବନେଶ୍ୱରରୁ ପ୍ରତି ୱାର୍ଡରେ ଘରକୁ ଘରକୁ ବୁଲି ସର୍ଭେ କରିବେ ସ୍ୱାସ୍ଥ୍ୟକର୍ମୀ । ପ୍ରତି ଲୋକର ହେବ ଥର୍ମାଲ ସ୍କିନିଂ, ଅକ୍ସିଜେନ ଚେକ, ରକ୍ତ ଚାପ, ମଧୁମେହ ଓ ପୂର୍ବରୁ ସ୍ୱାସ୍ଥ୍ୟ ସ୍ଥିତି । ଡୋର ଟୁ ଡୋର ବୁଲି ସ୍ପଟରେ କରୁଛନ୍ତି ଟେଷ୍ଟ। ଘରେ ଘରେ ବୁଲି କରିବେ ସମସ୍ତ ତଥ୍ୟ।
ଭୁବନେଶ୍ୱରରେ ସଂକ୍ରମଣ ରୋକିବାକୁ ଏପରି ପଦକ୍ଷେପ ନିଆଯାଇଛି । ୭ ଦିନରେ ଶେଷ ହେବ ଏହି କୋରୋନା ଖୋଜା ଅଭିଯାନ । ପ୍ରତି ୱାର୍ଡରେ ଘର ଘର ବୁଲି ସ୍ବାସ୍ଥ୍ୟଗତ ସମସ୍ତ ବିବରଣୀ ଚେକ କରିବେ ଏହି ୭ ଜଣିଆ ଟିମ । ଟିମରେ ସାମିଲ ହୋଇଛନ୍ତି ଶିକ୍ଷକ, ସ୍ୱାସ୍ଥ୍ୟକର୍ମୀ ଏବଂ କୋଭିଡ ସଚେତକ।
ଭୁନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ