ଓଡିଶା

odisha

ETV Bharat / city

ଦାରୁଠେଙ୍ଗ-ବିଏମସି ଆଲୋଚନା ସଫଳ, ଡମ୍ପିଙ୍ଗୟାର୍ଡରେ ପଡିବ ଅଳିଆ

ଦାରୁଠେଙ୍ଗ ଡମ୍ପିଙ୍ଗୟାର୍ଡରେ ପଡିବ ଅଳିଆ । ଶନିବାର ଗ୍ରାମବାସୀ ଓ ବିଏମସି ମଧ୍ୟରେ ଆଲୋଚନାରେ ନିଷ୍ପତ୍ତି ହୋଇଛି । ତେବେ କଣ ପ୍ରତିଶୃତି ଦେଲା ବିଏମସି ? ଅଧିକ ପଢନ୍ତୁ...

Bmc daruthenga
Bmc daruthenga

By

Published : Jan 11, 2020, 11:16 PM IST

ଭୁବନେଶ୍ବର: ଦୀର୍ଘଦିନର ଛକାପଞ୍ଝା ଓ ମାରାଥନ ଆଲୋଚନା ପରେ ଆଜି (ଶନିବାର) ଦାରୁଠେଙ୍ଗ ଡମ୍ପିଙ୍ଗୟାର୍ଡକୁ ନେଇ ଏକ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି ବିଏମସି ।

ଦାରୁଠେଙ୍ଗ -ବିଏମସି ଆଲୋଚନା ସଫଳ; ଡମ୍ପିଙ୍ଗୟାର୍ଡରେ ପଡିବ ଅଳିଆ

ବିଏମସି କର୍ତ୍ତୃପକ୍ଷ ଏବଂ ଦାରୁଠେଙ୍ଗବାସୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ବାଦ ବିବାଦ ପରେ ଶନିବାର ଏକ ସହମତିରେ ପହଞ୍ଚିଛି ବିଏମସି । ରବିବାର ଠାରୁ ଡମ୍ପିଙ୍ଗୟାର୍ଡକୁ ସ୍ବାଭାବିକ ଭାବେ ଅଳିଆ ଗାଡି ଯିବ । ଏନେଇ ସୂଚନା ଦେଇଛନ୍ତି ବିଏମସି କର୍ତ୍ତୃପକ୍ଷ । ନିଷ୍ପତ୍ତି ଅନୁସାରେ ବର୍ତ୍ତମାନ ଦାରୁଠେଙ୍ଗରେ ଅଳିଆ ପଡିବ । କିନ୍ତୁ ଏକ ବର୍ଷ ମଧ୍ୟରେ ଦାରୁଠେଙ୍ଗ ସ୍ଥିତ ଡମ୍ପିଙ୍ଗୟାର୍ଡରୁ ଧିରେ ଧିରେ ଅଳିଆ ଆବର୍ଜନା ଭୁବନେଶ୍ବରର ବିଭିନ୍ନ ଏମସିସିକୁ ସ୍ଥାନାନ୍ତରିତ କରାଯିବ । ପରେ ସେହି ସ୍ଥାନରେ ଏକ ବାଇଓ ମାଇନିଂ ପ୍ଲାଣ୍ଟ ନିର୍ମାଣ କରାଯିବା ଏନେଇ ବିଏମସି ଦାରୁଠେଙ୍ଗ ଗ୍ରାମବାସୀଙ୍କୁ ଲିଖିତ ପ୍ରତିଶୃତି ଦେଇଛି ।


ଏହାସହ ଦାରୁଠେଙ୍ଗ ଡମ୍ପିଙ୍ଗୟାର୍ଡରୁ ଅଳିଆ ଆବର୍ଜନା ଭୁବନେଶ୍ବରକୁ ସ୍ଥାନାନ୍ତରିତ ହେବା ପରେ ସେଠାରେ ଏକ ଉଦ୍ୟାନ ନିର୍ମାଣ କରାଯିବ । ପ୍ରତି ଦୁଇ ମାସରେ ଥରେ ଅଳିଆ ଉଠିବା ନେଇ ସମୀକ୍ଷା ହେବ । ଫଳରେ ଏକବର୍ଷ ପର୍ଯ୍ୟନ୍ତ ଦାରୁଠେଙ୍ଗରେ ଅଳିଆ ପଡିବ ବୋଲି ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ।


ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଗ୍ରାମବାସୀଙ୍କ ନାମରେ ଥିବା ଫୌଜଦାରୀ ମୋକଦ୍ଦମା ପ୍ରତ୍ୟାହାର ନେଇ ଆଜି (ଶନିବାର) ବିଏମସି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି । ବୈଠକ ପରେ ବୋଲି ବିଏମସି ପ୍ରଶାସକ ସଂଗ୍ରାମଜିତ ନାୟକ କହିଛନ୍ତି ଆଜି(ଶନିବାର) ଉଭୟ ପକ୍ଷ ବସି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ଆଲୋଚନା କରିଛନ୍ତି । ଦିଆଯାଇଥିବା ପ୍ରତିଶୃତି ପାଳନ କରାଯିବ ବୋଲି ସେ କହିଛନ୍ତି । ତେବେ ବିଏମସି-ଦାରୁଠେଙ୍ଗବାସୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା କେତେ ଦୂର ସଫଳ ହେଉଛି ଆଉ ବିଏମସି ନିଜ ପ୍ରତିଶୃତି ପାଳନ କରିବାରେ କେତେ ପ୍ରତିଶୃତିବଦ୍ଧ ହେଉଛି ତାକୁ ଅପେକ୍ଷା ।


ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details