ଭୁବନେଶ୍ବର: କମିଶନରେଟ ପୋଲିସର ଅଜବ ନିୟମ । ଏଫଆଇଆର (FIR) କରିବାକୁ ମାଗୁଛି କାଷ୍ଟ ସାର୍ଟିଫିକେଟ । ତାହା ପୁଣି ଜଣେ ଦଳିତ ମହିଳାଙ୍କୁ । ପୋଲିସର ଏପରି ଅଜବ ନିୟମ ବିରୋଧରେ ତାତିଛନ୍ତି ଲୋକେ । ଆଉ ଘେରାଉ କରିଛନ୍ତି ଥାନା । କମିଶନରେଟ ପୋଲିସ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ଜଣେ ଦଳିତ ମହିଳା ବିଏମସି ସଫେଇ କର୍ମଚାରୀ ।
ମହିଳା ବିଏମସି ସଫେଇ କର୍ମଚାରୀ ନ୍ୟାୟ ପାଇଁ ଥାନାରେ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ନ୍ୟାୟ ଦେବା ପରିବର୍ତ୍ତେ କାଷ୍ଟ ସାର୍ଟିଫିକେଟ ମାଗିଥିଲେ । ଏହାପରେ ଅଭିଯୁକ୍ତର ଗିରଫ ଦାବି ଓ ପୋଲିସର ଅତ୍ୟାଚାର ପାଇଁ ଥାନା ଘେରାଉ କରିଛନ୍ତି ଅନେକ ସଫେଇ କର୍ମଚାରୀ । ସୂଚନା ମୁତାବକ ଅଭିଯୋଗକାରୀ ଦଳିତ ମହିଳା ବିଏମସି ସଫେଇ କର୍ମଚାରୀ ଭାବେ କାମ କରନ୍ତି । ଗତ ରବିବାର ରସୁଲଗଡ ଓ୍ବାର୍ଡ ନମ୍ବର ୩୦ରେ ସଫେଇ କରିବାକୁ ସକାଳୁ ଯାଇଥିଲେ । ଜଣେ ମହିଳା ଉପର ମହଲାରୁ ମହିଳା ସଫେଇ କର୍ମଚାରୀଙ୍କ ଉପରକୁ ଅଳିଆ ପକାଇଥିଲା ।