ଓଡିଶା

odisha

ETV Bharat / city

କୋଭିଡ ଯୋଦ୍ଧାଙ୍କୁ ରାଷ୍ଟ୍ରୀୟ ସମ୍ମାନ

ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଏନଫୋର୍ସମେଣ୍ଟ ଇନ୍‌ସପେକ୍ଟର ଭାବରେ କାର୍ଯ୍ୟରତ ଥିବା ଆଉ ଜଣେ କୋଭିଡ ଯୋଦ୍ଧା ମାହାମାରୀ କରୋନା ସହ ଯୁଦ୍ଧରେ ହାରି ଯାଇଛନ୍ତି। ଅଧିକ ପଢନ୍ତୁ..

କୋଭିଡ ଯୋଦ୍ଧାଙ୍କୁ ରାଷ୍ଟ୍ରୀୟ ସମ୍ମାନ
କୋଭିଡ ଯୋଦ୍ଧାଙ୍କୁ ରାଷ୍ଟ୍ରୀୟ ସମ୍ମାନ

By

Published : Aug 31, 2020, 7:08 PM IST

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଏନଫୋର୍ସମେଣ୍ଟ ଇନ୍‌ସପେକ୍ଟର ଭାବରେ କାର୍ଯ୍ୟରତ ଥିବା ଆଉ ଜଣେ କୋଭିଡ ଯୋଦ୍ଧା ମହାମାରୀ କୋରୋନା ସହ ଯୁଦ୍ଧରେ ହାରି ଯାଇଛନ୍ତି। ମୃତ ଏନଫୋର୍ସମେଣ୍ଟ ଇନ୍‌ସପେକ୍ଟରଙ୍କ ନାମ ପ୍ରଫୁଲ୍ଲ କୁମାର ବେହେରା ବୋଲି ଜଣାପଡିଛି। ସେ ବିଏମସିର ଦକ୍ଷିଣ ପୂର୍ବ ଜୋନରେ ଏନଫୋର୍ସମେଣ୍ଟ ଇନ୍‌ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ।

କୋଭିଡ ଯୋଦ୍ଧାଙ୍କୁ ରାଷ୍ଟ୍ରୀୟ ସମ୍ମାନ

ସରକାରୀ ସୂତ୍ରରୁ ପ୍ରକାଶ ଯେ, ଏନଫୋର୍ସମେଣ୍ଟ ଇନ୍‌ସପେକ୍ଟର ପ୍ରଫୁଲ୍ଲ କୁମାର ବେହେରା କିଛିଦିନ ତଳେ ଅସୁସ୍ଥତା ଅନୁଭବ କରିଥିଲେ। ଏହାପରେ ସେ ଅଗଷ୍ଟ ୨୨ରେ କୋଭିଡ-୧୯ ପରୀକ୍ଷା କରିଥିଲେ। ଏଥିରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା।

କୋଭିଡ ଯୋଦ୍ଧାଙ୍କୁ ରାଷ୍ଟ୍ରୀୟ ସମ୍ମାନ

ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଆଦିତ୍ୟ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ପରେ ତାଙ୍କୁ ଆଜି ସତ୍ୟ ନଗର ଶ୍ମଶାନରେ ଗାର୍ଡ ଅଫ୍‌ ଅନର ଦିଆଯାଇ ଅନ୍ତିମ ସଂସ୍କାର କରାଯାଇଛି।

ସେ ପୂର୍ବରୁ ଭାରତୀୟ ସେନାରେ ଦୀର୍ଘବର୍ଷ ଧରି ଦେଶ ପାଇଁ କାର୍ଯ୍ୟ କରିଛନ୍ତି।ସେନାରୁ ଅବସର ଗ୍ରହଣ ପରେ ସେ ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷ ବିଡିଏରେ ଯୋଗ ଦେଇଥିଲେ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details