ଭୁବନେଶ୍ବର:ବିଏମସିର(Bhubaneswar Municipal Corporation)ର ଦ୍ୱିତୀୟ ପୂର୍ଣ୍ଣାଙ୍ଗ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନର ବର୍ଷା ଜନିତ ସମସ୍ୟା ଓ ଆଗକୁ ସ୍ୱାୟତ୍ତ ଶାସନ ଦିବସ ପାଳନ ନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିବା ନେଇ ସୂଚନା ରହିଛି ।
ସହୀଦନଗର ଓ ୟୁନିଟ ୨ ସ୍ଥିତ ବହୁତଳ ବିଶିଷ୍ଟ ପାର୍କିଂ କାର୍ଯ୍ୟ ସଂପାଦନ ସ୍ୱଚ୍ଛତା, ପରିମଳ, ଜବରଦଖଲ ଉଚ୍ଛେଦ ଓ ରାଜସ୍ୱ ଆଦାୟ ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଏନେଇ ନିଆଯାଉଥିବା ବିଭିନ୍ନ ପଦକ୍ଷେପକୁ ଖୁବଶୀଘ୍ର ତ୍ବରାନ୍ବିତ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ତେବେ ବର୍ଷା ଜନିତ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନକୁ ନେଇ ବୈଠକରେ ତୁମ୍ବି ତୋଫାନ ହୋଇଥିଲା । ତେଣୁ ବର୍ଷା ଦିନ ସରିଲେ ଏହି ସମସ୍ୟାର ଖୁବଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ ।