ଭୁବନେଶ୍ବର: ବିଏମସିରେ ଆଜି 354 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 318 ଜଣ ଆରୋଗ୍ୟ ହୋଇଛନ୍ତି । ଏପଟେ ରାଜଧାନୀରେ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛି ।
ଭୁବନେଶ୍ୱରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 108 ଚିହ୍ନଟ କରାଯାଇଥିବା ବେଳେ ଲୋକାଲ ସଂକ୍ରମଣ 246 ରେ ପହଞ୍ଚିଛି । ତେବେ ହୋମ କ୍ଵରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି । ଏପଟେ ଭୁବନେଶ୍ୱରରେ ମୋଟ ମୃତକଙ୍କ ସଂଖ୍ୟା 102 ଛୁଇଁଛି ।
ହୋମ କ୍ଵରେଣ୍ଟାଇନରେ 108 ଙ୍କ ମଧ୍ୟରୁ 4 ଜଣ ବରମୁଣ୍ଡା, 5 ଜଣ ଡୁମ ଡୁମା, 6 ଜଣ ୟୁନିଟ 9, 5 ଜଣ ଜୟଦେବ ବିହାର, 3 ଜଣ କଳିଙ୍ଗ ନଗର, 9 ଜଣ ପଟିଆ, 8 ଜମା ଶୈଳେଶ୍ରୀ ବିହାର, 6 ଜଣ ୟୁନିଟ 6 ରୁ ଆକ୍ରନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ 246 ଜଣ ଚିହ୍ନଟ ହୋଇଛନ୍ତି ।