ଓଡିଶା

odisha

By

Published : Oct 10, 2022, 10:45 PM IST

ETV Bharat / city

ସ୍ବଚ୍ଛତାକୁ ଗୁରୁତ୍ବ, ଆକ୍ସନ ମୋଡରେ ବିଏମସି କମିଶନର

ସ୍ମାର୍ଟସିଟି ଭୁବନେଶ୍ବରରେ ସ୍ବଚ୍ଛତାକୁ ଗୁରୁତ୍ବ । ସକାଳୁ ସକାଳୁ ହାଟ ବୁଲି ତନାଘନା କରିଛନ୍ତି ବିଏମସି କମିଶନର ଅମୃତ କୁଲାଙ୍ଗେ । ଅଧିକ ପଢନ୍ତୁ

ସ୍ବଚ୍ଛତାକୁ ଗୁରୁତ୍ବ, ଆକ୍ସନ ମୋଡରେ ବିଏମସି କମିଶନର
ସ୍ବଚ୍ଛତାକୁ ଗୁରୁତ୍ବ, ଆକ୍ସନ ମୋଡରେ ବିଏମସି କମିଶନର

ଭୁବନେଶ୍ବର: ଆକ୍ସନ ମୋଡରେ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ। ସହରର ସ୍ବଚ୍ଛତାକୁ ନେଇ ଅମାନିଆ ଏକ ନମ୍ବର ହାଟ ବ୍ୟବସାୟୀଙ୍କ ଉପରେ ବର୍ଷିଛନ୍ତି । ସକାଳୁ ହାଟ ବୁଲି ତନାଘନା କରିଛନ୍ତି କମିଶନର। ଆଉ ସ୍ବଚ୍ଛତାର ନିୟମ ନ ମାନିଲେ ମୋଟା ଅଙ୍କର ଜୋରିମାନା ଦେବାକୁ ମଧ୍ୟ ତାଗିଦ କରିଥିବା ଜଣାପଡ଼ିଛି ।

୧ ନମ୍ବର୍ ହାଟରେ ଗଦା ହୋଇଛି କୁଢ଼କୁଢ଼ ଅଳିଆ । ଆଉ ବାରମ୍ବାର ହାଟକୁ ସଫା ରଖିବା ପାଇଁ କୁହାଯାଇଥିଲେ ମଧ ଏହାର ସଫା ହେଉନଥିଲା । ଏହାକୁ ନେଇ ହାଟ ଭିତରେ ପଚାସଢା ପରିବା ଚୋପା ଗଦା ହୋଇ ରହୁଥିଲ। ଏଥିଲାଗି ହାଟକୁ ଅଚାନକ ଗସ୍ତ କରି ଅଳିଆ ଦେଖି ଅମାନିଆଙ୍କ ଉପରେ ବର୍ଷିଛନ୍ତି ବିଏମସି କମିଶନର । ଏଭଳି ସ୍ଥିତି ଦେଖିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦେଇଛନ୍ତି ନିର୍ଦ୍ଦେଶ । ଡଷ୍ଟବିନ ରଖିନଥିବା ବ୍ୟବସାୟୀଙ୍କୁ ୫ ହଜାର ଫାଇନ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ବଚ୍ଛତାକୁ ଗୁରୁତ୍ବ, ଆକ୍ସନ ମୋଡରେ ବିଏମସି କମିଶନର

ଅଳିଆ ପୃଥକୀକରଣ ନକଲେ ୫ ଶହ ଗଣିବେ ଫାଇନ । ଆବଶ୍ୟକ ପଡିଲେ ସିଲ୍ ହେବ ଦୋକାନ ବୋଲି କହିଛନ୍ତି । ଏହାସହ ଓଦା ଓ ଶୁଖିଲା ଅଳିଆ ଅଲଗା ଅଲଗା ରଖିବାକୁ ଅମାନିଆ ବ୍ୟବସାୟୀ ଓ ଦୋକାନୀଙ୍କୁ କହିଛନ୍ତି । ବିଏମସି କମିଶନରଙ୍କ ମତରେ କିଛି ବ୍ୟବସାୟୀ ମାତ୍ର ଗୋଟିଏ ଡଷ୍ଟବିନ ରଖିଛନ୍ତି । ଓଦା ଶୁଖିଲା ଅଳିଆ ମିଶେଇ ରଖୁଛନ୍ତି । ଫଳରେ ଏମସିସି ରେ ପ୍ରକ୍ରିୟାକରଣ କରିବା ପାଇଁ ଅସୁବିଧା ହେଉଛି । ଆଉ କିଛି ବ୍ୟବସାୟୀ ବିଲକୁଲ ଡଷ୍ଟବିନ ହିଁ ରଖିନାହାଁନ୍ତି ।

ଏହା ବି ପଢନ୍ତୁ- Cyclone Preparedness Meeting: ବାତ୍ୟା ଋତୁ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ସେମାନେ ରାସ୍ତାରେ ଅଳିଆ ପକାଉଛନ୍ତି ବୋଲି କହିଛନ୍ତି । ଏମସିସି ଓ ଏମଆରଏଫ୍ କୁ ଯେତିକି ଅଳିଆ ଆବର୍ଜନା ମେଟରିଆଲ ମିଳିବା କଥା ତାହା ଆସୁ ନାହିଁ । ତେଣୁ ଅମାନିଆଙ୍କ ବିରୁଦ୍ଧରେ କଡ଼ା ଆକ୍ସନ ନେବା ପାଇଁ ନିର୍ଦ୍ଦେଶ ଜାରି ରଖିଛନ୍ତି କମିଶନର । ଅନ୍ୟପଟେ ତେବେ କେବଳ ଏବେ ଏକ ନମ୍ବର ହାଟ ନୁହେଁ ଏହାସହିତ ମାଷ୍ଟରକ୍ୟାଣ୍ଟିନ ଛକ, ଜନପଥ ରାସ୍ତା, ଅଶୋକନଗର ବୁଲିଛନ୍ତି କମିଶନର ଓ ତାଙ୍କ ଟିମ୍ । ଏହା ପରେ କଡା ନିର୍ଦ୍ଦେଶ ଦେଇଛନ୍ତି ବିଏମସି କମିଶନର । ଏବେ କିଛି ଦିନ ହେଲା ଡଷ୍ଟବିନ ବ୍ୟବହାର କରୁନଥିବାରୁ ୧ ନମ୍ବର ହାଟରୁ ବିଏମସି ଅଳିଆ ଉଠାଉନାହିଁ ।

ଡଷ୍ଟବିନ ରଖିବା ସହ ପୃଥକ ଅଳିଆ ପରିଚାଳନା ଦିଗରେ ବିଏମସିକୁ ସହଯୋଗ କରିବା ପାଇଁ କହିଛନ୍ତି । ତେବେ ହାଟ ଭିତର ଓ ବାହାରେ ପରିଷ୍କାର ପରିଚ୍ଛନତା ରଖିବା ପାଇଁ କଞ୍ଚା ପନିପରିବା ବ୍ୟବସାୟୀ ସଂଘ ସମସ୍ତ ବ୍ୟବସାୟୀଙ୍କୁ ଅନୁରୋଧ କରିଛନ୍ତି । ତେବେ ଯେଉଁ ବ୍ୟବସାୟୀମାନେ ଅମାନିଆ ହେଉଛନ୍ତି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଏମସିକୁ କହିଛନ୍ତି । ଅନ୍ୟପଟେ ହାଟ ପରିସ୍ଥତି ଦେଖିବା ପରେ ବ୍ୟବସାୟୀ ସଂଘ ସହ ବୈଠକ ଡାକିଛନ୍ତି କମିଶନର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details