ଭୁବନେଶ୍ବର : ନୂଆବର୍ଷ ପାଇଁ ରାଜ୍ୟ ସରକାର ଯାହା କଟକଣା କରିଛନ୍ତି ତାହା ପାଳନ କରାଯିବ। ଆକ୍ରାନ୍ତଙ୍କ ସଂଖ୍ୟା ଯେହେତୁ ଏବେ କମ ଅଛି। ବିଏମସି ସତର୍କତା ମୂଳକ ପଦକ୍ଷେପ ନେଉଛି। 6ଟି ମାଇକ୍ରୋ କଣ୍ଟେନମେଣ୍ଟ କରାଯାଇଛି । ପୂର୍ବରୁ କରାଯାଇଥିବା 2ଟି ମାଇକ୍ରୋ କଣ୍ଟେନମେଣ୍ଟ ଜୋନରେ ପଜିଟିଭ ଆସିଥିବା ଲୋକମାନେ ବିଦେଶରୁ ଫେରିଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ନୂଆବର୍ଷ ପାଇଁ ସରକାର ଯାହା କଟକଣା କରିଛନ୍ତି ତାହା ପାଳନ କରାଯିବ: ବିଏମସି କମିଶନର - ନୂଆବର୍ଷ ପାଇଁ ରାଜ୍ୟ ସରକାରଙ୍କ କଟକଣା
ନୂଆବର୍ଷ ପାଇଁ ରାଜ୍ୟ ସରକାର ଯାହା କଟକଣା କରିଛନ୍ତି ତାହା ପାଳନ କରାଯିବ। ଆକ୍ରାନ୍ତଙ୍କ ସଂଖ୍ୟା ଯେହେତୁ ଏବେ କମ ଅଛି। ବିଏମସି ସତର୍କତା ମୂଳକ ପଦକ୍ଷେପ ନେଉଛି। ଅଧିକ ପଢନ୍ତୁ
ବୁଧବାର କସମୋପଲିସ ଆପାର୍ଟମେଣ୍ଟରେ ବାହାରିଥିବା ସଂକ୍ରମଣ ବିଦେଶ ଫେରନ୍ତା ନୁହଁ । ସେଫଟି ପାଇଁ 4ଟି ଫ୍ଲାଟକୁ କଣ୍ଟେନମେଣ୍ଟ କରାଯାଇଛି। ବିଏମସି ର ସମସ୍ତ ଟିମ ସଜାଗ ଅଛନ୍ତି। ସରକାରଙ୍କ ଗାଇଡଲାଇନ ଅନୁସାରେ ସବୁ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। 7 ଦିନ ପରେ ସେମାନଙ୍କ ଟେଷ୍ଟିଂ କରାଯାଉଛି । ବିଦେଶ ଫେରନ୍ତା ପଜିଟିଭ ଆସିଲେ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଡିସେମ୍ବର 25 ଏବଂ ନୂଆବର୍ଷ ପାଇଁ ସଂକ୍ରମଣ ଯେଭଳି ବୃଦ୍ଧି ନହେଉ ସେ ଉପରେ ନଜର ରଖାଯାଇଛି। ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ଖ୍ରୀଷ୍ଟମାସ ସେଲିବ୍ରେସନ କରାଯିବ । ବର୍ତ୍ତମାନର ସ୍ଥିତି କୁ ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଏମସି କମିଶନର ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ