ଭୁବନେଶ୍ବର: କୋରାନା ମହାମାରୀ ସଂକ୍ରମଣ ଆଶଙ୍କାରେ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସେଇବା ଉପରେ କଟକଣା ଲଗାଇଛି ବିଏମସି । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର ସମସ୍ତ ଜଳାଶୟ ଓ ନଦୀଘାଟରେ ଏକତ୍ର ହୋଇ ଡଙ୍ଗା ଭସେଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ଆଜି(ଗୁରୁବାର) ଏନେଇ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହାସହ ଜଳାଶୟରେ ବୁଡ଼ ପକେଇବା ଉପରେ ମଧ୍ୟ କଟକଣା ଲଗାଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିନ୍ଦୁ ସାଗର, ନଦୀ ଘାଟ, ପୋଖରୀ ଏବଂ ଜଳାଶୟରେ ଭିଡକୁ ଏଡ଼ାଇବା ପାଇଁ ବିଏମସି ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି।