ଭୁବନେଶ୍ବର: ଏଣିକି ଘରେ ରହି ଚିକିତ୍ସିତ ହେବାକୁ ଚାହୁଁଥିବା କୋରୋନା ସଂକ୍ରମିତଙ୍କ ପାଇଁ ବିଏମସି ଆଣିଛି ନୂଆ ସୁବିଧା । ଜାରି ହୋଇଛି ହୋମ ଓ ପେଡ ଆଇସୋଲେସନ ପାଇଁ ବିଏମସି ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ । ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ଏବେ ହୋମ ଓ ପେଡ ଆଇସୋଲେସନରେ ଥିବା ବ୍ୟକ୍ତି ନିଜ ଆଡୁ ଫୋନ କରି ବିଏମସିକୁ ନିଜ ସ୍ଥିତି ଜଣାଇପାରିବେ । ଏଥିପାଇଁ ଏକ 24 ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ଏହି ନମ୍ବର ହେଉଛି 18003450061 ଓ 0674-2431253 ।
ରାଜଧାନୀରେ ଦିନକୁ ଦିନ କୋରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ସହରରେ ବସ୍ତିଠାରୁ ଆରମ୍ଭ କରି ନଗର ଓ ବିଭିନ୍ନ ଅଣବସ୍ତି ଅଞ୍ଚଳରେ କୋରୋନା ସଂକ୍ରମଣ ବେଲଗାମ ହୋଇଥିବା ଦେଖାଯାଉଛି । ଏମିତିରେ ରାଜଧାନୀ ବାସିନ୍ଦାଙ୍କ ପାଇଁ ସ୍ବଗୃହରେ ସଙ୍ଗରୋଧରେ ରହିବା ପାଇଁ ବିଏମସି ପକ୍ଷରୁ ଜନସାଧାରଣଙ୍କୁ ଉତ୍ସାହିତ କରାଯାଉଛି। ସେଥିପାଇଁ ବିଏମସି ପକ୍ଷରୁ 24 ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ସେପଟେ ଭୁବନେଶ୍ବରରେ ଏବେ ସଂକ୍ରମଣ ସଂଖ୍ୟା 12 ହଜାର ଟପିଥିବା ଜଣା ପଡିଛି ।