ଓଡିଶା

odisha

ETV Bharat / city

ରାଜଧାନୀର ବୁଲାଗୋରୁଙ୍କ ଠିକଣା ଜାମୁକୋଳି ପଶୁ ମଙ୍ଗଳ କେନ୍ଦ୍ର, ଜଣଙ୍କ ପିଛା 100 ଖର୍ଚ୍ଚ - ପଶୁ ମଙ୍ଗଳ କେନ୍ଦ୍ର

ଦୈନିକ ଭୁବନେଶ୍ବରରେ ଆଖ ପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ବୁଲା ଗୋରୁ ଓ ଷଣ୍ଢ ପଶିବା ଦ୍ବାରା ଅନେକ ଦୁର୍ଘଟଣା ଘଟୁଛି। ସେଥିପାଇଁ ଉପକଣ୍ଠ ଜାମୁକୋଳିରେ ୨୦୧୮ ମସିହାରେ ପ୍ରାୟ ୫ ଏକର ଜାଗାରେ ପଶୁ ମଙ୍ଗଳ କେନ୍ଦ୍ର ସ୍ଥାପନ କରାଯାଇଛି । ଅଧିକ ପଢନ୍ତୁ:

BMC Animal Welfare Center
ରାଜଧାନୀରେ ବୁଲା ଗୋରୁ ଓ ଷଣ୍ଢଙ୍କ ପାଇଁ ପ୍ରସ୍ତୁତ ବିଏମସି ଜାମୁକୋଳିରେ ଥିବା ପଶୁ ମଙ୍ଗଳ କେନ୍ଦ୍ରର ସ୍ଥିତି

By

Published : Nov 20, 2020, 4:42 PM IST

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀ ଭୁବନେଶ୍ବରରେ ବୁଲା ଗୋରୁ ଓ ଷଣ୍ଢଙ୍କ ପ୍ରାଦୁର୍ଭାବକୁ ଲକ୍ଷ୍ୟ କରି ଏକ ପଶୁ ମଙ୍ଗଳ କେନ୍ଦ୍ର ବିଏମସି ଦ୍ୱାରା ଖୋଲାଯାଇଥିଲା। ଦୈନିକ ଭୁବନେଶ୍ବରରେ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ବୁଲା ଗୋରୁ ଓ ଷଣ୍ଢ ପଶୁଛନ୍ତି।

ରାଜଧାନୀରେ ବୁଲା ଗୋରୁ ଓ ଷଣ୍ଢଙ୍କ ପାଇଁ ପ୍ରସ୍ତୁତ ବିଏମସି ଜାମୁକୋଳିରେ ଥିବା ପଶୁ ମଙ୍ଗଳ କେନ୍ଦ୍ରର ସ୍ଥିତି

ରାଜଧାନୀରେ ବେଳେବେଳେ ଷଣ୍ଢଙ୍କ ଉପଦ୍ରବ ଯୋଗୁଁ ସାଧାରଣ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ଏପରିକି ରାସ୍ତା ଉପରେ ଷଣ୍ଢ ଲଢେଇରେ ସାଧାରଣ ଲୋକଙ୍କ ଜୀବନ ଯିବାର ଦୃଷ୍ଟାନ୍ତ ମଧ୍ୟ ରହିଛି। ବୁଲା ଷଣ୍ଢ ଦ୍ବାରା ଅନେକ ସମୟରେ ଗାଡି ଦୁର୍ଘଟଣା ମଧ୍ୟ ଘଟିଥାଏ। ତେବେ ବିଏମସି ପକ୍ଷରୁ ଉପକଣ୍ଠ ଜାମୁକୋଳିରେ ୨୦୧୮ ମସିହାରେ ପ୍ରାୟ ୫ ଏକର ଜାଗାରେ ପଶୁ ମଙ୍ଗଳ କେନ୍ଦ୍ର ସ୍ଥାପନ କରାଯାଇଥିଲା। ଏଠାରେ ପ୍ରାୟ ୧୦୦ ଷଣ୍ଢ ରହିବାର ବ୍ୟବସ୍ଥା ରହିଛି। ପିପୁଲ ଫର ଆନିମଲ ଏବଂ ଜଗତସିଂହପୁର ଏକ ଘରୋଇ ସଂସ୍ଥା ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲାଉଛନ୍ତି।



ଚଳିତ ସପ୍ତାହରେ ୪୦ ଷଣ୍ଢଙ୍କୁ ଧରା ହୋଇ ଜାମୁକୋଳି ପଶୁ ମଙ୍ଗଳ କେନ୍ଦ୍ରରେ ଛଡ଼ାଯାଇଛି। ଦୈନିକ ପ୍ରତି ଷଣ୍ଢ ପିଛା ଖର୍ଚ୍ଚ ୧୦୦ ଟଙ୍କା ପିପୁଲ ଫର ଆନିମଲକୁ ଦିଆଯାଉଛି। ଭୁବନେଶ୍ୱରରେ ଷଣ୍ଢ ଧରିବା ପାଇଁ ଗୋଟିଏ ଟିମ କରାଯାଇଛି। ଯେଉଁଠି ଷଣ୍ଢ ଉପଦ୍ରବ ହେଉଛି ଉକ୍ତ ଟିମ ଖବର ପାଇ ତତ୍କ୍ଷଣାତ ଷଣ୍ଢ କୁ କାବୁ କରି ଜାମୁକୋଳି ରେ ନେଇ ରଖୁଛନ୍ତି।

ଭୁବନେଶ୍ୱରରୁୁ ସଞ୍ଜିବ କୁମାର ରାୟ,ଇଟିଭି ଭାରତ

ABOUT THE AUTHOR

...view details