ଓଡିଶା

odisha

ETV Bharat / city

ରାଜଧାନୀରେ ରକ୍ତ ଚୋରି ରାକେଟ, ଖୋଲୁଛି ବଡ ବଡ ହସ୍ପିଟାଲର ଲିଙ୍କ୍ - ଉତ୍କଳ ହସ୍ପିଟାଲ

ରାଜଧାନୀର ବଡ ବଡ ହସ୍ପିଟାଲରେ ଚାଲିଛି ରକ୍ତ ଚୋରି କାରବାର, ସମ ହସ୍ପିଟାଲ ପରେ ଉତ୍କଳ ହସ୍ପିଟାଲରେ ସାମ୍ନାକୁ ଆସିଲା ରକ୍ତ ଚୋରି କାରବାର । ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ

ରାଜଧାନୀରେ ରକ୍ତ ଚୋରି ରାକେଟ, ଖୋଲୁଛି ହାଇଫାଇ ହସ୍ପିଟାଲର ଲିଙ୍କ୍
ରାଜଧାନୀରେ ରକ୍ତ ଚୋରି ରାକେଟ, ଖୋଲୁଛି ହାଇଫାଇ ହସ୍ପିଟାଲର ଲିଙ୍କ୍

By

Published : Sep 11, 2022, 7:43 AM IST

ଭୁବନେଶ୍ବର: କୁହାଯାଏ ରକ୍ତ ହିଁ ଜୀବନ, ରକ୍ତ ଦାନ ମହତ ଦାନ । କିନ୍ତୁ ଏବେ ରକ୍ତକୁ ନେଇ ଆରମ୍ଭ ହୋଇଛି ବେପାର । ରାଜଧାନୀର ହସ୍ପିଟାଲରେ ଚାଲିଛି ରକ୍ତ ଚୋରି କାରବାର । ସାମ୍ନାକୁ ଆସିଲା ରକ୍ତ ଚୋରି ରାକେଟ । ବଡବଡ ହସ୍ପିଟାଲରେ ଏହି ରାକେଟ ଚଳାଇଛନ୍ତି କିଛି ଅସାଧୁ କ୍ୟକ୍ତି । ସମ ହସ୍ପିଟାଲ(Sum Hospital)ର ରକ୍ତ ଭଣ୍ଡାରରୁ ରକ୍ତ ଚୋରି ଘଟଣା ସାମ୍ନାକୁ ଆସିବା ପରେ ଏବେ ରାଜଧାନୀର ଆଉ ଏକ ହସ୍ପିଟାଲରେ ଏହି ମାମଲା ସାମ୍ନାକୁ ଆସିଛି । ପୂର୍ବରୁ ରକ୍ତ ଚୋରି ଅଭିଯୋଗରେ ସମ ହସ୍ପିଟାଲର ଜଣେ ଟେକ୍ନିସିଆନଙ୍କୁ ଗିରଫ କରିଥିଲା ପୋଲିସ । ଏହାପରେ ଧିରେ ଧିରେ କେଉଁ କେଉଁ ହସ୍ପିଟାଲରେ ଏପରି ରାକେଟ ଚାଲିଛି ତାହା ସାମ୍ନାକୁ ଆସିବାରେ ଲାଗିଛି । ରକ୍ତ ଚୋରି ଅଭିଯୋଗରେ ସମ ହସ୍ପିଟାଲର ଟେକ୍ନିସିଆନ ପ୍ରଶାନ୍ତ ସୁନ୍ଦରାୟକୁ ଗିରଫ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ-ପ୍ରେମ ପାଇଁ ଗଡିଥିଲା ମୁଣ୍ଡ, ଯୁବକଙ୍କୁ ହତ୍ୟା ଅଭିଯୋଗରେ ୧୪ ଗିରଫ

ତେବେ ସମ ହସ୍ପିଟାଲ ପରେ ଉତ୍କଳ ହସ୍ପିଟାଲ(Utkal Hospital) ଏଭଳି କାରବାର ଚାଲିଥିବା ସାମ୍ନାକୁ ଆସିବାରୁ ସେଠାରେ କାମ କରୁଥିବା ମଲ୍ଲିକ ଅବ୍ବାସ୍ ନାମକ ଜଣେ କର୍ମଚାରୀଙ୍କୁ ଏବେ ଉଠାଇ ଆଣି ପଚରାଉଚରା କରୁଛି କମିଶନରେଟ ପୋଲିସ । ରାଜଧାନୀରେ କେବଳ ଏହି ୨ଟି ହସ୍ପିଟାଲ ନା ଆଉ ଆହୁରି ନାମିଦାମୀ ହସ୍ପିଟାଲରେ ରକ୍ତ ଚୋରି କାରବାର ଚାଲିଛି ତାହା ଏବେ ସନ୍ଦେହ ଘେରରେ । ଏନେଇ ପୋଲିସ ଖୋଳତାଡ ଆରମ୍ଭ କରିଥିବା ବେଳେ ଆଗକୁ ଆହୁରି କେଉଁ କେଉଁ ହସ୍ପିଟାଲରେ ଏହି ରାକେଟ ଚଳାଇଛନ୍ତି ଅପରାଧି ତାହା ତଦନ୍ତ କରିବ ପୋଲିସ ।

ତେବେ ରାଜ୍ୟରେ ରକ୍ତର ଅଭାବକୁ ଦୂର କରିବା ପାଇଁ ଆରମ୍ଭ ହୋଇଛି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ । ଏହାରି ମାଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ରକ୍ତ ସଂଗ୍ରହ କରାଯାଉଛି । କିନ୍ତୁ କିଛି ଅସାଧୁ କର୍ମଚାରୀ ଏବେ ରକ୍ତ ଚୋରି କରି ଏବେ ମାଲେମାଲ ହେବା ଲକ୍ଷ୍ୟରେ । ତେବେ ରାଜଧାନୀରେ ଚାଲିଥିବା ଏବି ରକ୍ତ ଚୋରି ରାକେଟରେ କେଉଁ ମାନେ ସାମିଲ ଅଛନ୍ତି, କେବଳ ଏହି ସାଧାରଣ କର୍ମଚାରୀ ନା କେଉଁ ବଡ ବଡିଆଙ୍କର ହାତ ରହିଛି, ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଦୁଇ ଦୁଇଟି ପ୍ରତିଷ୍ଠିତ ହସ୍ପିଟାଲରୁ ରକ୍ତ ଚୋରି ମାମଲା ସାମ୍ନାକୁ ଆସିଥିବା ବେଳେ ଏଥିରେ କେଉଁ ରାକେଟ କାମ କରୁଛି ଏବଂ ଏମାନେ କେତେ ଦିନ ଧରି ଏପରି କରୁଥିଲେ, ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଜାଣତରେ ନା ଅଜାଣତରେ ଏହି କାରବାର ଚାଲିଥିଲା, ଯଦି କର୍ତ୍ତୃପକ୍ଷଙ୍କ ଅଜାଣତରେ ରକ୍ତ କାରବାର ଚାଲୁଥିଲା ତେବେ ସେ ଜାଣିପାରିଲେ ନାହିଁ କେମିତି ? ରକ୍ତ ଚୋରି କାରବାରରେ ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣଙ୍କୁ ପଚରାଉଚରା କରୁଛି, ଖାଲି ଦେଖିବାକୁ ବାକି ରହିଲା କେଉଁ କେଉଁ ହସ୍ପିଟାଲରେ ଏହି ରାକେଟ ଚାଲିଛି ଏବଂ କେଉଁମାନେ ଏଥିରେ ସାମିଲ ଅଛନ୍ତି ।

ABOUT THE AUTHOR

...view details