ଓଡିଶା

odisha

By

Published : Apr 7, 2020, 5:18 PM IST

Updated : Apr 7, 2020, 5:28 PM IST

ETV Bharat / city

କୋରୋନା ଲକଡାଉନ, ସଙ୍କଟରେ ରକ୍ତଭଣ୍ଡାର

ମହାମାରୀ କୋରୋନା ସାରା ବିଶ୍ବ ପାଇଁ ସାଜିଛି ଅଭିଷାପ । ମଣିଷଠୁ ନେଇ ପଶୁପକ୍ଷୀ ସମସ୍ତେ ହେଉଛନ୍ତି ହିନସ୍ତା । ତେବେ କୋରୋନା ବିପତ୍ତି ଯୋଗୁଁ 21 ଦିନିଆ ଲକଡାଉନ ଜାରି କରାଯାଇଥିବାବେଳେ ରାଜ୍ୟରେ ଦେଖାଦେଲାଣି ରକ୍ତ ସଙ୍କଟ । ଦେଖନ୍ତୁ ରିପୋର୍ଟ...

corona lockdown
କୋରୋନା ଲକଡାଉନ, ସଙ୍କଟରେ ରକ୍ତଭଣ୍ଡାର

ଭୁବନେଶ୍ବର: କୋରୋନା ଆଣିଲା ରକ୍ତ ଭଣ୍ଡାର ଲାଗି ସଙ୍କଟ । ରକ୍ତ ଭଣ୍ଡାରରୁ ଧିରେ ଧିରେ ଖାଲି ହେଉଛି ରକ୍ତ । ଲକ୍‌ଡାଉନ୍‌ ଲାଗି ରକ୍ତ ସଂଗ୍ରହ ଏକପ୍ରକାର ଠପ୍‌ ହୋଇଯାଇଥିବାବେଳେ ରାଜ୍ୟର ପ୍ରମୁଖ ରକ୍ତ ଭଣ୍ଡାରରେ ଦେଖାଦେଇଛି ରକ୍ତର ଅଭାବ । ଯାହା ଥାଲେସେମିଆ ରୋଗୀଙ୍କ ସମେତ ରକ୍ତ ଦରକାର କରୁଥିବା ଅନେକ ଲୋକଙ୍କ ଜୀବନକୁ ବିପଦ ଆଡକୁ ଠେଲିଦେଉଛି ।

କୋରୋନା ଲକଡାଉନ, ସଙ୍କଟରେ ରକ୍ତଭଣ୍ଡାର

ରାଜ୍ୟର ପ୍ରମୁଖ ହସ୍ପିଟାଲରେ 300 ରୁ 350 ୟୁନିଟ ରକ୍ତ ରହିଥାଏ । ହେଲେ ଏବେ ସୋମବାର ମିଳିଥିବା ତଥ୍ୟ ଅନୁସାରେ ଦେଖନ୍ତୁ ସାରା ରାଜ୍ୟର ରକ୍ତ ୟୁନିଟ..

A+veA-veB+veB-veAB+veAB-veO+veO-ve
517 ୟୁନିଟ୍‌23 ୟୁନିଟ୍‌931ୟୁନିଟ୍‌46 ୟୁନିଟ୍‌279ୟୁନିଟ୍‌9ୟୁନିଟ୍‌1419ୟୁନିଟ୍‌44 ୟୁନିଟ୍‌

ସେପଟେ କୋରୋନା ଭୟ ଲାଗି ଅନେକ ଯୁବପୀଢି ରକ୍ତ ଦେବାକୁ ଆଗେଇ ଆସୁନଥିବା ଦେଖିବାକୁ ମିଳିଛି । ତେବେ ଏହି ପରିସ୍ଥିତିର ସମାଧାନ ନକଲେ ରକ୍ତ ଅଭାବକୁ ନେଇ ରାଜ୍ୟ ଏକ ବିରାଟ ସଙ୍କଟର ସାମ୍ନା କରିବ ବୋଲି କୁହାଯାଉଛି ।

ତେବେ ଆସନ୍ତୁ ନଜର ପକାଇବା କେଉଁ ଡାକ୍ତରଖାନାରେ କେତେ ପରିମାଣର ରକ୍ତ ରହିଛି ।

  • କ୍ୟାପିଟାଲ ହସ୍ପିଟାଲ
A+veA−veB+veB-veAB+veAB-veO+veO-ve
5 ୟୁନିଟ୍‌0 ୟୁନିଟ୍‌7 ୟୁନିଟ୍‌1 ୟୁନିଟ୍‌5 ୟୁନିଟ୍‌0 ୟୁନିଟ୍‌30ୟୁନିଟ୍‌0 ୟୁନିଟ୍‌
  • ହାଇଟେକ ମେଡିକାଲ କଲେଜ ଏବଂ ହସ୍ପିଟାଲ
A+veA-veB+veB-veAB+veAB-veO+veO-ve
10 ୟୁନିଟ୍‌0 ୟୁନିଟ୍‌8ୟୁନିଟ୍‌0 ୟୁନିଟ୍‌3 ୟୁନିଟ୍‌0 ୟୁନିଟ୍‌9 ୟୁନିଟ୍‌0 ୟୁନିଟ୍‌
  • ଆପୋଲୋ ହସ୍ପିଟାଲରେ ନାହିଁ କୌଣସି ଗ୍ରୁପର ରକ୍ତ
A+veA-veB+veB-veAB+veAB-veO+veO-ve
0 ୟୁନିଟ୍‌0 ୟୁନିଟ୍‌0 ୟୁନିଟ୍‌0 ୟୁନିଟ୍‌0 ୟୁନିଟ୍‌0 ୟୁନିଟ୍‌0 ୟୁନିଟ୍‌0 ୟୁନିଟ୍‌
  • କଟକ ଏସସିବି ମେଡିକାଲ
A+veA-veB+veB-veAB+veAB-veO+veO-ve
2ୟୁନିଟ୍‌1 ୟୁନିଟ୍‌1 ୟୁନିଟ୍‌0 ୟୁନିଟ୍‌0 ୟୁନିଟ୍‌0 ୟୁନିଟ୍‌1 ୟୁନିଟ୍‌0 ୟୁନିଟ୍‌
  • ବ୍ରହ୍ମପୁର ଏମକେସିଜି ହସ୍ପିଟାଲ
A+veA-veB+veB-veAB+veAB-veO+veO-ve
5 ୟୁନିଟ୍‌0 ୟୁନିଟ୍‌15 ୟୁନିଟ୍‌1 ୟୁନିଟ୍‌2 ୟୁନିଟ୍‌0 ୟୁନିଟ୍‌20 ୟୁନିଟ୍‌0 ୟୁନିଟ୍‌
  • ସମ୍ବଲପୁର ଭିଏସଏସ ମେଡିକାଲ
A+veA-veB+veB-veAB+veAB-veO+veO-ve
14 ୟୁନିଟ୍‌1 ୟୁନିଟ୍‌23 ୟୁନିଟ୍‌2 ୟୁନିଟ୍‌18 ୟୁନିଟ୍‌1 ୟୁନିଟ୍‌9 ୟୁନିଟ୍‌2 ୟୁନିଟ୍

ଭୁବନେଶ୍ବରରୁ ବିକାଶ ଦାସଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Apr 7, 2020, 5:28 PM IST

ABOUT THE AUTHOR

...view details