ଭୁବନେଶ୍ବର: ରାଜଧାନୀରେ ବାଟି ପାଇଁ ଦାଦାଗିରି । ସର୍ବସାଧାରଣରେ ଦାଦାବଟି ପାଇଁ ଆତଙ୍କ ମଚାଇଲେ ଦୁର୍ବୃତ୍ତ । ଲୋକଙ୍କୁ ଧମକାଇବା ସହ ଗୁଳି ଫୁଟାଇ ଟଙ୍କା ମାଗିଥିବା ଅଭିଯୋଗ ।
ରାଜଧାନୀରେ ଦାଦାବଟିକୁ ନେଇ ଗୁଳିମାଡ, ବ୍ଲାଙ୍କ ଫାୟାରିଂ ସମୟରେ ଧରିଲା ପୋଲିସ ଏହିପରି ତମାଣ୍ଡୋ ଥାନା ଅଞ୍ଚଳରେ ଜୋରଜବରଦସ୍ତ ଦାଦାବଟି ଆଦାୟ କରାଯାଇଥିବା ଅଭିଯୋଗ ହୋଇଛି । ଦାଦାବଟି ନେଇ ଭୟଭିତ କରୁଥିବାବେଳେ ଖବର ପାଇଥିଲା ପୋଲିସ । ସୂଚନା ଅନୁଯାୟୀ, ଜଣେ ବ୍ୟବସାୟୀଙ୍କୁ ଭୟଭୀତ କରାଇ କିଛି ଦୁର୍ବୃତ୍ତ ବଟି ଆଦାୟ କରୁଥିବାବେଳେ କିଛି ବ୍ୟବସାୟୀ ଏହାକୁ ବିରୋଧ କରିଥିଲେ ।
ରାଜଧାନୀରେ ଦାଦାବଟିକୁ ନେଇ ଗୁଳିମାଡ, ବ୍ଲାଙ୍କ ଫାୟାରିଂ ସମୟରେ ଧରିଲା ପୋଲିସ ଫଳରେ ଦୁର୍ବୃତ୍ତମାନେ ବ୍ଲାଙ୍କ ଫାୟାରିଂ କରିଥିଲେ । ଏନେଇ ଖବର ପାଇ ପୋଲିସ କିଛି ଯୁବକଙ୍କୁ କାବୁ କରିଛି । ପାଟୁ ଗ୍ୟାଙ୍ଗର 4ରୁ 5ଜଣଙ୍କୁ ଅଟକ ରଖାଯାଇଥିବା ପୋଲିସ ସୁତ୍ରରୁ ଜଣାପଡିଛି । ସେମାନଙ୍କ ଠାରୁ ଅଫୁଟା ଗୁଳି ସହ ଗୋଟିଏ ବନ୍ଧୁକ, ଦୁଇଟି କାର ଜବତ କରିଛି ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ