ଭୁବନେଶ୍ୱର: ରାଜଧାନୀ ସ୍ଥିତ ସିଆରପି ଛକରେ ଗୁଳିମାଡ ଘଟଣା । ଆଜି(ବୁଧବାର) ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁ୍କ୍ତ ହେଲା ବିନୟ ଆଚାର୍ଯ୍ୟ । ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ କରିଥିବା ସ୍ବୀକାର କରିଛି ଅଭିଯୁକ୍ତ । ସୂଚନାଅନୁସାରେ, ମଙ୍ଗଳବାର ଦିନ ସିଆରପି ଛକରେ ପୂର୍ବ ଶତୃତାକୁ ନେଇ ଗଣ୍ଡଗୋଳ ପରେ ଗୁଳିମାଡ କରିଥିଲା ଦୁର୍ବୃତ୍ତ । ଏଥରୁ ଅଳ୍ପକେ ବର୍ତ୍ତିଯାଇଥିଲେ ଛାତ୍ର କଂଗ୍ରେସ ନେତା ବିଭୂ ପ୍ରସାଦ ଜେନା। ଛାତ୍ର କଂଗ୍ରେସ ନେତା ବିଭୁ ପ୍ରସାଦ ଜେନାକୁ ଗୁଳିକରିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଯାହାକୁ ଆଧାରକରି ବିନୟ ଆଚାର୍ଯକୁ ଗିରଫ କରି କୋର୍ଟ ଚାଲାଣ ରିଛି ପୋଲିସ ।
ତେବେ ବିନୟ ତାଙ୍କ ପତ୍ନୀ ଙ୍କର ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଏଭଳି ଗୁଳିମାଡ କରିଥିଲେ। ବନ୍ଧୁକଟି ବିନୟଙ୍କ ପତ୍ନି ସ୍ଥିତ ପ୍ରଜ୍ଞା ରାୟଙ୍କ ନାରେ ରହିଛି । ଦୁଇ ରାଉଣ୍ଡ ଗୁଳିମାଡ କରି ସେଠାରୁ ଫେରାର ହୋଇଯାଇଥିଲେ। ଜଣେ ନାସନାଲ ସୁଟର ହିସାବରେ ସ୍ପୋର୍ଟସ ପର୍ସନ ଯୋଗୁଁ ତାଙ୍କୁ (ପତ୍ନୀ) ଅନୁମତି ମିଳିଥିଲା। ତେବେ ଜଣେ ସ୍ପୋର୍ଟ ପର୍ସନଙ୍କ ବନ୍ଧୁକ ନେଇ ଏପରି ସର୍ବସାଧାରଣରେ ଗୁଳିମାଡ କରି ଆତଙ୍କ ଖେଳାଇବା ଏବେ ଚର୍ଚ୍ଚାର ବିଷୟ ହୋଇଛି।