ଭୁବନେଶ୍ବର: ଦେଶରେ ମହାମାରୀ ନିଦ ହଜାଇ ଦେଇଥିବାବେଳେ ଅକ୍ସିଜେନ ସଙ୍କଟ ଆଉ ଏକ ମୁଖ୍ୟ ସମସ୍ୟା ପାଲଟିଛି । ଅକ୍ସିଜେନ ଅଭାବରୁ ଦେଶରେ ଅଧିକାଂଶ ରୋଗୀଙ୍କ ମୃତ୍ୟୁ ଏବେ ନିତିଦିନିଆ ଘଟଣା ପାଲଟିଲାଣି । ସେପଟେ ଦେଶର ଅନେକ ସହରକୁ ଅକ୍ସିଜେନ ଯୋଗାଇ ଓଡିଶା ଖବରର ଶିରୋନାମାରେ ଥିବାବେଳେ ପ୍ରାଣବାୟୁର କଳାବଜାରୀ ଏବେ ଚିନ୍ତା ବଢାଇଛି । ଅକ୍ସିଜେନର ବହୁଳ ଉତ୍ପାଦନ ହେଉଥିଲେ ମଧ୍ୟ ରାଜଧାନୀର ଛାତିରେ ପାଖାପାଖି 5 ହଜାରରୁ ଅଧିକ ଦରରେ ଅକ୍ସିଜେନ ବିକ୍ରି ହେଉଥିବା ଅଭିଯୋଗ ହୋଇଛି ।
5 ହଜାରରୁ ଅଧିକ ମୂଲ୍ୟରେ ଅମ୍ଲଜାନ ବିକୁଛନ୍ତି ଅମାନିଆ - ବୃଦ୍ଧି ପାଉଛି ଅକ୍ସିଜେନ କଳା ବଜାରି
ବୃଦ୍ଧି ପାଉଛି ଅକ୍ସିଜେନର କଳାବଜାରୀ । କୋରୋନା ସମୟରେ ଅକ୍ସିଜେନର ଆବଶ୍ୟକତା ବଢିଯିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ବ୍ଲାକ ମାର୍କେଟିଂ । ଅଧିକ ପଢନ୍ତୁ...
ଏନେଇ ରାଜଧାନୀ ସ୍ଥିତ ମଞ୍ଚେଶ୍ୱରରେ ଥିବା ଆନନ୍ଦ ଗ୍ୟାସ ଏଜେନ୍ସିର ଏମଡ଼ି କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ସମୟରେ ଅକ୍ସିଜେନର ଚାହିଦା 100 ପ୍ରତିଶତ ବଢିଛି । କରୋନା ପୂର୍ବରୁ ରାଜ୍ୟରେ ଥିବା ଅକ୍ସିଜେନ ପ୍ଲାଣ୍ଟରୁ ପଖାପାଖି 40 ପ୍ରତିଶତ ବ୍ୟବହାର ହେଉ ଥିବାବେଳେ ବର୍ତ୍ତମାନ ସମୟରେ ଦୁଇ ଗୁଣ ବଢିଯାଇଛି । ଯାହାକୁ ନେଇ ଅନେକ ସମୟରେ ବ୍ଲାକ ବଜାରରେ ବିକ୍ରି ଚିନ୍ତା ବଢ଼ାଉଛି । ବର୍ତ୍ତମାନ ସମୟରେ ଅକ୍ସିଜେନର ମୂଲ୍ୟ ରହିଛି 1 କ୍ୟୁବିକ ମିଟରକୁ 25 ଟଙ୍କା 71 ପଇସା । ଭୁବନେଶ୍ୱରରେ ଥିବା 18 ସିଟି ହସ୍ପିଟାଲ, କଟକର ଏସିବି ମେଡିକାଲ ଓ କ୍ୟାପିଟାଲ ହସ୍ପିଟାଲ ସମେତ ଅନେକ ଘରୋଇ ଲୋକମାନେ ମଧ୍ୟ ଅନ୍ୟନ୍ୟ କାମ ପାଇଁ ଅକ୍ସିଜେନ ନେଇଥାନ୍ତି ।
କରୋନା ପୂର୍ବରୁ ଦୈନିକ 200 ଟି ଅକ୍ସିଜେନ ବ୍ୟବହାର ହେଉ ଥିବାବେଳେ ଏବେ କିନ୍ତୁ ଦୈନିକ 450 ରୁ ଊର୍ଦ୍ଧ୍ବ ଅକ୍ସିଜେନ ବିକ୍ରି କରାଯାଉଛି । ବର୍ତ୍ତମାନ ସମୟରେ ଅକ୍ସିଜେନର ଚାହିଦା ବଢିବା ସାଙ୍ଗକୁ ଅକ୍ସିଜେନର ଟାଙ୍କି ମଧ୍ୟ ଚାହିଦାରେ ରହିଛି । ଯାହା ଫଳରେ କିଛି ଅମାନିଆମାନେ ବ୍ଲାକ ବଜାରରେ ଅଧିକ ଦରରେ ଅକ୍ସିଜେନ ବିକ୍ରି କରୁଛନ୍ତି । ପାଖାପାଖି 5 ହଜାରରୁ ଅଧିକ ମୂଲ୍ୟରେ ବିକ୍ରି ହୋଉଥିବା ସୂଚନା ମିଳିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ