ଓଡିଶା

odisha

ETV Bharat / city

ବଢୁଛି ତୈଳ ଦର, ଧର୍ମେନ୍ଦ୍ରଙ୍କୁ କଳାପତାକା ପ୍ରଦର୍ଶନ - ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ବୃଦ୍ଧି

ବଢୁଛି ତୈଳ ଦର, ଧର୍ମେନ୍ଦ୍ରଙ୍କୁ କଳା ପତାକା ପ୍ରଦର୍ଶନ
ବଢୁଛି ତୈଳ ଦର, ଧର୍ମେନ୍ଦ୍ରଙ୍କୁ କଳା ପତାକା ପ୍ରଦର୍ଶନ

By

Published : Jan 12, 2021, 10:30 AM IST

Updated : Jan 12, 2021, 5:24 PM IST

10:22 January 12

ବଢୁଛି ତୈଳ ଦର, ଧର୍ମେନ୍ଦ୍ରଙ୍କୁ କଳା ପତାକା ପ୍ରଦର୍ଶନ

ବଢୁଛି ତୈଳ ଦର, ଧର୍ମେନ୍ଦ୍ରଙ୍କୁ କଳା ପତାକା ପ୍ରଦର୍ଶନ

ଭୁବନେଶ୍ବର: ଧର୍ମେନ୍ଦ୍ରଙ୍କୁ କଳା ପତାକା ପ୍ରଦର୍ଶନ। ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ମୂଲ୍ୟ ବୃଦ୍ଧି,କଳା ଚାଷୀ ଆଇନକୁ ବିରୋଧ କରି ଯୁବ କଂଗ୍ରେସ ପକ୍ଷରୁ କଳା ପତାକା ପ୍ରଦର୍ଶନ କରାଯାଇଛି। ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ଵରେ ଯୁବ କଂଗ୍ରେସ କର୍ମୀ ମାନେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳା ପତାକା ଦେଖାଇଛନ୍ତି।

ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ କଳା ପତାକା ପ୍ରଦର୍ଶନ।ଆଜି ପୂର୍ବାହ୍ନ ରେ ମନ୍ତ୍ରୀ ପ୍ରଧାନ ତାଙ୍କ ଘରୁ ବାହାରି ଯାଉଥିବା ବେଳେ ଯୁବ କଂଗ୍ରେସ ର 30 ରୁ ଉର୍ଦ୍ଧ୍ବ କର୍ମୀ ତାଙ୍କ ଗାଡି ସମ୍ମୁଖକୁ ଆସିବା ସହ ତାଙ୍କୁ କଳା ପତାକା ପ୍ରଦର୍ଶନ କରିଥିଲେ । ଏହା ସହିତ ବିଭିନ୍ନ ପ୍ରକାର ନାରା ଦେଇ କେନ୍ଦ୍ର ସରକାରଙ୍କ କରୋନା କାଳ ରେ ଯେଉଁ ମନୋଭାବ ତାହାର ପ୍ରତିବାଦ କରିଥିଲେ। 

ପରେ ଏହି କର୍ମୀମାନଙ୍କୁ ପୋଲିସ ରୋକିବା ସହ ସେମାନଙ୍କ ସହିତ କିଛି ସମୟ ଧସ୍ତାଧସ୍ତି ହୋଇ ଥିବା ଜଣାପଡିଛି। ଏହାପରେ ଯୁବ କଂଗ୍ରେସ ର ସଭାପତିଙ୍କ ସହ ଆଲୋଚନା ପରେ ସେ ଦେଶରେ କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି।କିନ୍ତୁ ସରକାର ତାଙ୍କ କଥା କିଛି ଶୁଣୁ ନାହାନ୍ତି । ସେହିପରି ଉପା ସରକାର ସମୟରେ ତୈଳ ଦର ଅନ୍ତର୍ଜାତିକ ବଜାର ରେ ଅଧିକ ଥାଇ ମଧ୍ୟ ନିୟନ୍ତ୍ରଣ ମଧ୍ୟରେ ଥିବା ବେଳେ ଆଜି ଏହା କମ ଥାଇ 90 ପାଖାପାଖି ପହଁଚିଥିବା କହିଛନ୍ତି। 

ତେବେ ଯେପର୍ଯ୍ୟନ୍ତ ଏହାର ହ୍ରାସ ନହୋଇଛି ସେପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ଆଗାମୀ ଦିନରେ ଯୁବ କଂଗ୍ରେସ ପକ୍ଷରୁ ବିରୋଧ କରାଯିବ ବୋଲି ଏହାର ସଭାପତି ସ୍ମୃତି ରଞ୍ଜନ ଲେଙ୍କା ପ୍ରକାଶ କରିଛନ୍ତି।
 

ଭୁବନେଶ୍ବରରୁ ସଞ୍ଜୀବ ରାୟ, ତପନ ଦାସ ଓ ଲକ୍ଷ୍ମୀକାନ୍ତ ଦାସ , ଇଟିଭି ଭାରତ 

Last Updated : Jan 12, 2021, 5:24 PM IST

ABOUT THE AUTHOR

...view details