ଭୁବନେଶ୍ବର: ଆରମ୍ଭ ହୋଇଛି ରାଜ୍ୟ ବିଜେପିର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ । ପ୍ରଥମ ଦିନରେ ପ୍ରଥମେ ରାଜ୍ୟ କୋର କମିଟି ବୈଠକ ବସିଥିଲା । ଏହାପରେ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ଜଣାପଡିଛି ।
ଆଜି(ଶନିବାର) ଠାରୁ ଆରମ୍ଭ ହୋଇଥିବା ରାଜ୍ୟ ବିଜେପିର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଓ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଯୋଗଦେଇ ଦଳୀୟ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବିଧାନସଭାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କେଭି ସିଂଦେଓ, ଭୁବନେଶ୍ୱର ସାଂସଦ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ । ରାଜ୍ୟରେ ସାଧାରଣ ଲୋକଙ୍କର ଥିବା ବିଭିନ୍ନ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ଏହାର ସମାଧାନ କରିବା ପାଇଁ ପଦକ୍ଷେପ ନେବାକୁ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ସମାଧାନ ନ ହୋଇଛି ସେପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ପରାମର୍ଶ ଦିଆଯାଇଛି ।