ଭୁବନେଶ୍ବର: ନୟାଗଡ ନାବାଳିକା ପରୀକୁ ନ୍ୟାୟ ଦାବିରେ ପୁଣି ତେଜିଛି ବିଜେପିର ପଦଯାତ୍ରା ଅଭିଯାନ । ପରୀ ହତ୍ୟାକାଣ୍ଡ ଘଟଣାରେ ଏପର୍ଯ୍ୟନ୍ତ କୌଣସି ସନ୍ତୁଷ୍ଟ ଜନକ ତଦନ୍ତ ହୋଇନଥିବା ଅଭିଯୋଗ କରି ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ଆଜି(ମଙ୍ଗଳବାର) ପଦଯାତ୍ରା ଆରମ୍ଭ କରାଯାଇଛି।
ତେଜିଛି ବିଜେପିର ପଦଯାତ୍ରା ଅଭିଯାନ ପରୀ ହତ୍ୟାକାଣ୍ଡର ତଦନ୍ତ କରୁଥିବା ଏସଆଇଟି ଯେଉଁ ଅଭିଯୁକ୍ତକୁ ଧରି ଏହି ଅପରାଧ କରିଛି ବୋଲି କହୁଛି, ତାହାର ଉପଯୁକ୍ତ ପ୍ରମାଣ ମଧ୍ୟ ଏପର୍ଯ୍ୟନ୍ତ ଅଦାଲତ ପାଖରେ ଉପସ୍ଥାପନ କରାଯାଇନାହିଁ।
କିନ୍ତୁ ଏସଆଇଟି ତଦନ୍ତ ଆଳରେ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଯୋଜନା କରାଯାଉଥିବା ଅଭିଯୋଗ କରି ଓ ପରୀକୁ ନ୍ୟାୟ ଦାବି କରି ବିଜେପି ପକ୍ଷରୁ ଆଜି ପଦଯାତ୍ରା ଆରମ୍ଭ କରାଯାଇଛି।
ରସୁଲଗଡ଼ ଛକରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତି ନିକଟରୁ ଏହି ପଦଯାତ୍ରା ବାହାରି ମ୍ୟୁଜିୟମ ଛକ ବକ୍ସି ଜଗବନ୍ଧୁ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ନିକଟରେ ସମାପନ ହୋଇଛି। ଏହି ଅବସରରେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରାଯିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି।
ଏପରିକି ଅଭିଯୁକ୍ତ ମଧ୍ୟ ଅଭିଯୋଗ କରିଛି ଯେ, ତାକୁ ମାଡ଼ ମାରି ତାଠାରୁ ମିଛ କହିବାକୁ ବାଧ୍ୟ କରାଯାଉଛି। ଦୀର୍ଘ 6 ମାସ ହେବ ପରୀ ହତ୍ୟାକାଣ୍ଡ ହୋଇଥିବା ବେଳେ ଏହି ହତ୍ୟାକାଣ୍ଡରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ବିଜେପି ପକ୍ଷରୁ ଦାବି କରାଯାଇ ତାଙ୍କ ଇସ୍ତଫା ଦାବି କରାଯାଉଛି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ