ଭୁବନେଶ୍ବର:ରାଜ୍ୟରେ ଥମିବାର ନାଁ ନେଉନାହିଁ ‘ପରୀ’ ତାତି । କୁନି ଝିଅ ପରୀକୁ ନ୍ୟାୟ ଦାବିରେ ରାଜଧାନୀରେ ବିଜେପି ମହିଳା ମୋର୍ଚ୍ଚାର ହଲ୍ଲାବୋଲ । ବିଜେପି ମହିଳା ମୋର୍ଚ୍ଚାର ଟାର୍ଗେଟରେ ମନ୍ତ୍ରୀ ଅରୁଣ ସାହୁ । କିଛି ଦିନ ଧରି ଏହି ଘଟଣା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିବାବେଳେ, ବିଜେପି ମହିଳା ମୋର୍ଚ୍ଚା ଆଜି ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରିବାକୁ ଉଦ୍ୟମ କରିଥିଲା ।
‘ପରୀ’କୁ ନ୍ୟାୟ ଦାବିରେ ଗର୍ଜିଲା ବିଜେପି ମହିଳା ମୋର୍ଚ୍ଚା, ପୋଲିସ ସହ ଧସ୍ତାଧସ୍ତି ଏକ ବିରାଟ ପଟୁଆରରେ ଶତାଧିକ କର୍ମୀ ବାହାରି ମନ୍ତ୍ରୀଙ୍କ ବାସଭବନ ଆଡକୁ ଆସୁଥିବାବେଳେ, ବାଟରେ ପୋଲିସ ମହିଳା ମୋର୍ଚ୍ଚାର କର୍ମୀଙ୍କୁ ଅଟକାଇଥିଲା । ସ୍ଥିତି ଏପରି ହୋଇଥିଲା ଯେ, ପୋଲିସ ସେମାନଙ୍କୁ ଅଟକାଇବାକୁ ନାକେଦମ ହୋଇଥିଲା ।
ପରୀକୁ ନ୍ୟାୟ ଦାବିରେ ତାତିଲା ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ବେଜେପି ମହିଳା ମୋର୍ଚ୍ଚା ପକ୍ଷରୁ ‘ପରୀ’ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛି । ମୁଖ୍ୟ ବିରୋଧୀଦଳ ବିଜେପିର ମହିଳା ମୋର୍ଚ୍ଚାର ସଦସ୍ୟ ପରୀକୁ ନ୍ୟାୟ ଦେବା ପାଇଁ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛନ୍ତି ।
ପରୀକୁ ନ୍ୟାୟ ଦାବିରେ ତାତିଲା ବିଜେପି ମହିଳା ମୋର୍ଚ୍ଚା ପରୀ ହତ୍ୟାକାଣ୍ଡରେ ସେହି ଗ୍ରାମର ବାବୁଲି ସମ୍ପୃକ୍ତ ଥିବା ବେଳେ ତାକୁ ମନ୍ତ୍ରୀ ଅରୁଣ ସାହୁ ପ୍ରଶ୍ରୟ ଦେବା ସହ ପୋଲିସ ପ୍ରଶାସନକୁ ଗିରଫ କରିବାରେ ବାଧା ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବା ସହ ଏହି ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦାବି କରିଛନ୍ତି ଦଳର ମହିଳା ନେତ୍ରୀବୃନ୍ଦ । ଏହି ପ୍ରଦର୍ଶନକୁ ପୋଲିସ ଅଧାବାଟରୁ ରୋକିବା ସହ ସେମାନଙ୍କୁ ଗିରଫ କରି ନେଇଛି । ଯେଉଁଥିରେ ଦଳର ସଭାନେତ୍ରୀଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ସାମିଲ ଥିଲେ ।
ପରୀକୁ ନ୍ୟାୟ ଦାବିରେ ତାତିଲା ବିଜେପି ମହିଳା ମୋର୍ଚ୍ଚା ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ