ଓଡିଶା

odisha

ETV Bharat / city

ଚୌକିଦାର ନୁହେଁ ‘ଚୌକି ଦରକାର’ - Chowkidar

ବିଜେପି ନେତାଙ୍କ ଚୌକିଦାର ଅଭିଯାନକୁ କଟାକ୍ଷ କଲେ ଅରୁଣ ସାହୁ । କହିଲେ ଚୌକିଦାର ନୁହେଁ ଚୌକି ଦରକାର ।

ଫଟୋ ସୌଜନ୍ୟ: ବ୍ୟୁରୋଚିଫ, ଭୁବନେଶ୍ୱର

By

Published : Mar 27, 2019, 6:08 PM IST

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ଅନ୍ୟ ନେତାମାନେ ଆରମ୍ଭ କରିଥିବା ଚୌକିଦାର ଅଭିଯାନକୁ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଅରୁଣ କୁମାର ସାହୁ । ଚୌକିଦାର କହିଲେ ସାଧାରଣ ଲୋକେ ଚୌକି ଦରକାର ବୋଲି ବୁଝୁଥିବା ସେ ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋଚିଫ, ଭୁବନେଶ୍ୱର

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ଦେଶର ଚୌକିଦାର ବୋଲି କହୁଥିଲେ । ଏହି ଚୌକିଦାର ଉପାଖ୍ୟାନକୁ ନେଇ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓ ମୋଦିଙ୍କ ମଧ୍ୟରେ ଅନେକ ସମୟରେ କଥା କଟାକଟି ମଧ୍ୟ ହୋଇଛି । ତେବେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର ସମସ୍ତ ଆଗ ଧାଡ଼ିର ନେତା ଏବଂ ମନ୍ତ୍ରୀ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ନାଁ ପୂର୍ବରୁ ଚୌକିଦାର ଲଗାଇଛନ୍ତି । କହିବାକୁ ଗଲେ ଦେଶର ସାଧାରଣ ଜନତା ମଧ୍ୟ ଏହି ଟ୍ରେଣ୍ଡରେ ସାମିଲ ହୋଇ ନିଜର ନାଁ ପୂର୍ବକୁ ଚୌକିଦାର ଲେଖିବା ଆରମ୍ଭ କଲେଣି । ତେବେ ଏହାକୁ ଏକ ମଜାଳିଆ ଢଙ୍ଗରେ ସମାଲୋଚନା କରିଛନ୍ତି ବିଜେଡି ନେତା ଅରୁଣ ସାହୁ ।

ବିଜେପି ନେତାଙ୍କ ଏହି ଚୌକିଦାର ଦାବିକୁ ନୂଆ ଫଣ୍ଡା ଦେଇ ଅରୁଣ କହିଛନ୍ତି ଯେ, ‘ଲୋକେ ଭାବୁଛନ୍ତି ସେମାନେ ଦେଶର ଚୌକିଦାର । ତେବେ ସେମାନେ ପ୍ରକୃତରେ ଚୌକି ଦରକାର ବୋଲି କହୁଛନ୍ତି । ଅର୍ଥାତ 2019ରେ ପୁଣି ଦିଲ୍ଲୀ ସିଂହାସନ ଆମକୁ ମିଳୁ’। ସେହିଭଳି 2019ରେ କୌଣସି ଦଳ କେନ୍ଦ୍ରରେ ସ୍ଥିର ସରକାର ଆଣିପାରିବ ନାହିଁ ବୋଲି ସବୁ ଏକଜିଟ ପୋଲ ଆକଳନ କରୁଥିବା ଅରୁଣ କହିଛନ୍ତି । ତେଣୁ ବିଜେପି ନେତାମାନେ ଦେଶବ୍ୟାପୀ ଚୌକି ଦରକାର ଚୌକି ଦରକାର ବୋଲି ଦାବି କରୁଥିବା ଦର୍ଶାଇ ସେ କଟାକ୍ଷ କରିଛନ୍ତି ।

ଭୁବନେଶ୍ୱରରୁ ଅଜିତ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details