ଓଡିଶା

odisha

ETV Bharat / city

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି: ଆସନ୍ତା ୨ ଦିନ ରାଜ୍ୟର ସମସ୍ତ ଏସପି ଅଫିସ ଘେରାଉ କରିବ ବିଜେପି ଯୁବ ମୋର୍ଚ୍ଚା - ଏସପି ଅଫିସ

ଆଗାମୀ 26 ଏବଂ 27 ତାରିଖରେ ରାଜ୍ୟର ସବୁ ଏସପି ଅଫିସ ଘେରାଉ କରିବ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା । ଅଧିକ ପଢନ୍ତୁ...

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି: ଆସନ୍ତା ୨ଦିନ ରାଜ୍ୟର ସମସ୍ତ ଏସପି ଅଫିସ ଘେରାଉ କରିବ ବିଜେପି ଯୁବ ମୋର୍ଚ୍ଚା
ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି: ଆସନ୍ତା ୨ଦିନ ରାଜ୍ୟର ସମସ୍ତ ଏସପି ଅଫିସ ଘେରାଉ କରିବ ବିଜେପି ଯୁବ ମୋର୍ଚ୍ଚା

By

Published : Oct 25, 2021, 5:08 PM IST

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡ ନେଇ ତେଜୁଛି ରାଜ୍ୟ ରାଜନୀତି । ଏହି ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ମନ୍ତ୍ରୀଙ୍କ ବହିଷ୍କାର ଦାବି କରି ଆନ୍ଦୋଳନ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏନେଇ ବିଜେପି ଆନ୍ଦୋଳନକୁ ତୀବ୍ରତର କରିଥିବାବେଳେ ଆଗାମୀ 26 ଏବଂ 27 ତାରିଖରେ ରାଜ୍ୟର ସବୁ ଏସପି ଅଫିସ ଘେରାଉ କରିବ । ଯେପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଇ ଗିରଫ କରାନଯାଇଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ଯ ।

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି: ଆସନ୍ତା ୨ଦିନ ରାଜ୍ୟର ସମସ୍ତ ଏସପି ଅଫିସ ଘେରାଉ କରିବ ବିଜେପି ଯୁବ ମୋର୍ଚ୍ଚା

ଏହାସହ ଘଟଣାର ସିବିଆଇ ତଦନ୍ତର ଦାବି କରିଛି ଯୁବ ମୋର୍ଚ୍ଚା । ନବୀନ ସରକାରଙ୍କ 21 ବର୍ଷର ଶାସନରେ ନାରୀ ନିର୍ଯାତନାର ଆଉ ଏକ କଳା ଫରଦ ଯୋଡ଼ି ହୋଇଛି । ଯୁବ ସମାଜକୁ ଆନ୍ଦୋଳିତ କରୁଛି ଏହି ଘଟଣା । ମାଧବୀଲତା, ଇତିଶ୍ରୀ, ପରୀ, ସୌମ୍ୟ ରଞ୍ଜନ, ସ୍ମିତାରାଣୀ ଭଳି ଘଟଣା ପୂର୍ବରୁ ଦେଖାଯାଇଛି । ଏନେଇ ବାରମ୍ବାର ସରକାରଙ୍କୁ ଚେତାଇବା ସତ୍ତ୍ବେ ମଧ୍ୟ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଉନାହିଁ ।

ଏଥି ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ମମିତାକାଣ୍ଡରେ ସମ୍ପୃକ୍ତି ଥିଲେ ମଧ୍ୟ ତାଙ୍କୁ ତଦନ୍ତ ପରିସରକୁ ଅଣାଯାଉନାହିଁ ବୋଲି ଅଭିଯୋଗ କରିଛି ବିଜେପି ଯୁବ ମୋର୍ଚ୍ଚା । ତେବେ ମମିତା ହତ୍ୟା ମାମଲାରେ କାହିଁକି କିଛି ଅଧିକାରୀଙ୍କୁ ନିଲମ୍ବିତ କରାଗଲା । କେଉଁ ମନ୍ତ୍ରୀଙ୍କ ଚାପରେ ପୋଲିସ ଏତଲା ରୁଜୁ କଲା ନାହିଁ । ଏକଥା ପୋଲିସ ସ୍ପଷ୍ଟ କରୁନଥିବା କହିଛନ୍ତି ଇରାଶିଷ ଆଚାର୍ଯ୍ଯ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details