ଓଡିଶା

odisha

ETV Bharat / city

ମାହାଙ୍ଗା ଡବଲ ମର୍ଡର ଘଟଣା, ମନ୍ତ୍ରୀଙ୍କୁ ସୁରକ୍ଷା ମିଳିବା ଅଭିଯୋଗରେ ରାଜରାସ୍ତାରେ ବିଜେପି ଯୁବମୋର୍ଚ୍ଚା - ମନ୍ତ୍ରୀ ପ୍ରତାପ ଜେନା

କଟକ ମାହାଙ୍ଗା ଡବଲ ମର୍ଡର ଘଟଣାରେ ନୂଆ ମୋଡ଼ । ଏନେଇ ଭୁବନେଶ୍ୱର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି । ଅଧିକ ପଢନ୍ତୁ...

ମାହାଙ୍ଗା ଡବଲ ମର୍ଡର ଘଟଣା, ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି ଯୁବ ମୋର୍ଚ୍ଚା
ମାହାଙ୍ଗା ଡବଲ ମର୍ଡର ଘଟଣା, ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି ଯୁବ ମୋର୍ଚ୍ଚା

By

Published : Aug 27, 2021, 5:51 PM IST

ଭୁବନେଶ୍ବର:ମାହାଙ୍ଗା ଡବଲ ମର୍ଡର ଘଟଣାରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି ଯୁବ ମୋର୍ଚ୍ଚା । କଟକ ଜିଲ୍ଲାର ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାର ତଦନ୍ତରେ ଶାସକ ବିଜେଡି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘଣ୍ଟ ଘୋଡାଉଥିବା ନେଇ ଅଭିଯୋଗ କରିଛି । ତାଙ୍କୁ ଖୋଦ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଥିବା କହିଛି ବିଜେପି ଯୁବ ମୋର୍ଚ୍ଚା ।

ମାହାଙ୍ଗା ଡବଲ ମର୍ଡର ଘଟଣା, ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି ଯୁବ ମୋର୍ଚ୍ଚା

ଆଉ ଏହି ଡବଲ ମର୍ଡର ଘଟଣାରେ ଥାନାରେ ୧୩ ଜଣଙ୍କ ନାଁରେ ଅଭିଯୋଗ ହୋଇଥିବା ବେଳେ ୧୨ ଜଣଙ୍କ ନାଁରେ ଦାଖଲ ହୋଇଥିଲା ଚାର୍ଜସିଟ୍ । ତେବେ ପଦର ଅପବ୍ୟବହାର କରିବା ସହ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରି ମନ୍ତ୍ରୀ ଜେନା ନିଜ ନାଁକୁ ଚାର୍ଜସିଟ୍‌ରୁ ବାଦ ଦେଇଛନ୍ତି ।

ଏହି ମାମଲାରେ ଭୁବନେଶ୍ବର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଜେପି ନେତା ବାବୁ ସିଂଙ୍କ ନେତୃତ୍ବରେ ବହୁ ବିଜେପି ନେତା ଓ କର୍ମୀଙ୍କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଛନ୍ତି ।

ସେପଟେ ପାଲଟା ଅଭିଯୋଗ ଆଣିଛି ବିଡେପି ଯୁବ ମୋର୍ଚ୍ଚା ସେ କହିଛି କି ମୁଖ୍ୟମନ୍ତ୍ରୀଙ୍କ ହାତରେ ଆଛି ଗୃହ ବିଭାଗ ଦାୟିତ୍ବ । ଆଉ ମୁଖ୍ୟମନ୍ତ୍ରୀଙ୍କ ଜ୍ଞାତସାରରେ ଏ ସମସ୍ତ ଘଟଣା ଘଟିଥିବାରୁ ମୁଖ୍ୟମନ୍ତ୍ରୀ ମଧ୍ୟ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ୍ ବୋଲି ଦଳ ଦାବି କରିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details