ଓଡିଶା

odisha

ETV Bharat / city

ବିଜେବି କଲେଜ ଆତ୍ମହତ୍ୟା ମୃତ ଘଟଣାରେ ବିଜେପି ଯୁବ ମୋର୍ଚ୍ଚାର କ୍ୟାଣ୍ଡେଲ ଶୋଭାଯାତ୍ରା - ରୁଚିକା ମହାନ୍ତିଙ୍କୁ ନ୍ୟାୟ ପାଇଁ ବିଜେପି ଯୁବ ମୋର୍ଚ୍ଚାର କ୍ୟାଣ୍ଡେଲ ଶୋଭାଯାତ୍ରା

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ନ୍ୟାୟ ଦାବି କରି ବିଜେପି ଯୁବ ମୋର୍ଚ୍ଚା ଶୋଭାଯାତ୍ରା କରିଛି। ଅଧିକ ପଢନ୍ତୁ

ବିଜେବି କଲେଜ ଛାତ୍ରୀ ମୃତ ଘଟଣାରେ ବିଜେପି ଯୁବ ମୋର୍ଚ୍ଚାର କ୍ୟାଣ୍ଡେଲ ଶୋଭାଯାତ୍ରା
ବିଜେବି କଲେଜ ଛାତ୍ରୀ ମୃତ ଘଟଣାରେ ବିଜେପି ଯୁବ ମୋର୍ଚ୍ଚାର କ୍ୟାଣ୍ଡେଲ ଶୋଭାଯାତ୍ରା

By

Published : Jul 6, 2022, 10:38 PM IST

ଭୁବନେଶ୍ବର: ବିଜେବି କଲେଜରେ ଆତ୍ମହତ୍ୟା କରିଥିବା ଛାତ୍ରୀ ରୁଚିକା ମହାନ୍ତିଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି। ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ବିଜେପିର ଯୁବମୋର୍ଚ୍ଚା ତରଫରୁ ରୁଚିକା ମହାନ୍ତିଙ୍କ ଅମର ଆତ୍ମାର ଶାନ୍ତି ନିମନ୍ତେ ପ୍ରାର୍ଥନା କରାଯାଇଛି । ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରୁ ରାମ ମନ୍ଦିର ଛକ ପର୍ଯ୍ୟନ୍ତ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ବିଜେବି କଲେଜ ଆତ୍ମହତ୍ୟା ମୃତ ଘଟଣାରେ ବିଜେପି ଯୁବ ମୋର୍ଚ୍ଚାର କ୍ୟାଣ୍ଡେଲ ଶୋଭାଯାତ୍ରା

ଏହାସହ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବି କରିଛି ବିଜେପି ଯୁବ ମୋର୍ଚ୍ଚା । ସାରା ଓଡିଶାରେ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ ପାଇଥିବା ବେଳେ, ଏବେ ବି ବିଜେବି କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି ରୁଚିକା ମହାନ୍ତିଙ୍କ ମା’ ବାପା ଏବଂ ବିଭିନ୍ନ ସାମଜିକ ସଂଗଠନ । ଘଟଣାକୁ 4 ଦିନ ପରେ ବି ଅଭିଯୁକ୍ତ, 3 ସିନିୟରଙ୍କ ପାଖରେ ପହଞ୍ଚି ପାରିନି ପୋଲିସ । ଏହା ଭିତରେ 100 ଜଣକୁ ଜେରା କରିସରିଲାଣି ତଦନ୍ତକାରୀ ଦଳ । ଆଉ ସେଥତ୍ପାଇଁ ପୋଲିସ ବଦଳରେ ସିବିଆଇ ତଦନ୍ତ ଦାବିରେ ଅଡି ବସିଛନ୍ତି ବାପା ମା’ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ABOUT THE AUTHOR

...view details