ଓଡିଶା

odisha

ETV Bharat / city

ମାନବ ଶୃଙ୍ଖଳ ଚେନରେ ସିଏଏକୁ ସମର୍ଥନ କଲେ ବିଜେପି ଯୁବ ଛାତ୍ରମୋର୍ଚ୍ଚା - human chain

ମାନବ ଶୃଙ୍ଖଳ ଚେନ୍‌ ମାଧ୍ୟମରେ ସିଏଏକୁ ସମର୍ଥନ କରିବା ସହ ଏକ ସିମ୍ବଲିକ ମାଧ୍ୟମରେ ମାଷ୍ଟର କ୍ୟାଣ୍ଟିନଠାରୁ ବିଜେପି ପାର୍ଟି ଅଫିସ ପର୍ଯ୍ୟନ୍ତ ମାନବ ଶୃଙ୍ଖଳ ଚେନ ପ୍ରସ୍ତୁତ କରାଯାଇଛି। ଅଧିକ ପଢନ୍ତୁ...

ମାନବ ଶୃଙ୍ଖଳ ଚେନ୍ ମାଧ୍ୟମରେ ସିଏଏକୁ ସମର୍ଥନ କଲେ ବିଜେପି ଯୁବ ଛାତ୍ର
ମାନବ ଶୃଙ୍ଖଳ ଚେନ୍ ମାଧ୍ୟମରେ ସିଏଏକୁ ସମର୍ଥନ କଲେ ବିଜେପି ଯୁବ ଛାତ୍ର

By

Published : Jan 13, 2020, 7:16 PM IST

ଭୁବନେଶ୍ବର: ସିଏଏକୁ ସମର୍ଥନ କରି ବିଜେପି ଯୁବ ଛାତ୍ର ମାନବ ଶୃଙ୍ଖଳ ଚେନ ପ୍ରସ୍ତୁତ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି । ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରିଛି ଯୁବ ଛାତ୍ର ମୋର୍ଚ୍ଚା। ସିଏଏ ବିରୋଧରେ ନୁହେଁ ବଂର ପାକିସ୍ଥାନ ବିରୋଧରେ ଲଢ଼ିବାକୁ ଆହ୍ବାନ ଦେଇଛି ବିଜେପି।

ମାନବ ଶୃଙ୍ଖଳ ଚେନ୍ ମାଧ୍ୟମରେ ସିଏଏକୁ ସମର୍ଥନ କଲେ ବିଜେପି ଯୁବ ଛାତ୍ର

ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ବ ପ୍ରଦାନ କରିବାକୁ ଯେଉଁ ଆଇନ ଆସିଛି ତାହାକୁ ଯୁବକମାନେ ସମର୍ଥନ କରୁଛନ୍ତି । ଏହି ମାନବ ଶୃଙ୍ଖଳ ଚେନ୍‌ ମାଧ୍ୟମରେ ସିଏଏକୁ ସମର୍ଥନ କରିବା ସହ ଏକ ସିମ୍ବଲିକ ମାଧ୍ୟମରେ ମାଷ୍ଟର କ୍ୟାଣ୍ଟିନଠାରୁ ବିଜେପି ପାର୍ଟି ଅଫିସ ପର୍ଯ୍ୟନ୍ତ ମାନବ ଶୃଙ୍ଖଳ ଚେନ ପ୍ରସ୍ତୁତ କରାଯାଇଛି।

ଏହି ମାନବ ଶୃଙ୍ଖଳ ଚେନ କେବଳ ରାଜ୍ୟରେ ନୁହେଁ ସାରା ଭାରତରେ କରାଯାଉଛି। ଅଗାମୀ ଦିନରେ ଓଡ଼ିଶାରେ ବିଭିନ୍ନ ସହରରେ ଏଭଳି କାର୍ଯ୍ୟକ୍ରମ କରାଯିବ। ସମସ୍ତ ବିଶ୍ବବିଦ୍ୟାଳୟରେ ସମସ୍ତ କଲେଜରେ ଏଭଳି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ। ନାଗରିକତା ସଂଶୋଧନ ଆଇନ ସହିତ ଓଡ଼ିଶାର ଛାତ୍ର ଓ ଯୁବକମାନେ ବିଜେପି ଭାରତ ସରକାରଙ୍କ ସହ ସମର୍ଥନ ଜଣାଇଛନ୍ତି। ଏହାର ସୂଚନା ଦେଇଛନ୍ତି ବିଜେପିର ଛାତ୍ର ଯୁବ ସଭାପତି ଟଙ୍କଧର ତ୍ରିପାଠୀ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details