ଓଡିଶା

odisha

ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା: ସମୀର ଦାସଙ୍କୁ ବହିଷ୍କାର ଦାବିରେ ବିଜେପିର ଧାରଣା

By

Published : Oct 12, 2022, 3:58 PM IST

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ବହିଷ୍କାର ଓ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ବୁଦ୍ଧିଜୀବି ପ୍ରକୋଷ୍ଠର ଧାରଣା । ରାଜଭବନ ଆଗରେ ଧାରଣା ଦେଇଛି ବିଜେପି । ଅଧିକ ପଢ଼ନ୍ତୁ

ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା: ସମୀର ଦାସଙ୍କୁ ବହିଷ୍କାର ଦାବିରେ ବିଜେପିର ଧାରଣା
ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା: ସମୀର ଦାସଙ୍କୁ ବହିଷ୍କାର ଦାବିରେ ବିଜେପିର ଧାରଣା

ଭୁବନେଶ୍ବର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାକୁ ନେଇ ବିଜେପି ବୁଦ୍ଧିଜୀବି ପ୍ରକୋଷ୍ଠର ଧାରଣା । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ଅଭିଯୋଗ ଉପରେ ରାଜ୍ୟ ସରକାରଙ୍କ ନିରବତା ବିରୋଧରେ ରାଜଭବନ ସମ୍ମୁଖରେ ଧାରଣା ଦେଇଛି ବିଜେପି । ତୁରନ୍ତ ମନ୍ତ୍ରୀ ସମୀର ଦାସଙ୍କୁ ବହିଷ୍କାର କରି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା ବିଜେପି ।

ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା: ସମୀର ଦାସଙ୍କୁ ବହିଷ୍କାର ଦାବିରେ ବିଜେପିର ଧାରଣା

ଗତ ସେପ୍ଟେମ୍ବର ୨୪ ତାରିଖରେ ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କରିଥିଲେ । ତେବେ ତେବେ ତାଙ୍କର ମୃତ୍ୟୁକୁ ନେଇ ସନ୍ଦେହ ଘେରକୁ ଆସିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏହାପରେ ଧର୍ମେନ୍ଦ୍ର ସାହୁ ଓ ତାଙ୍କର ଜଣେ ସାମ୍ବାଦିକ ବନ୍ଧୁ ଅକ୍ଷୟ ନାୟକଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ ହେବାପରେ ତାଙ୍କ ମୃତ୍ୟୁରେ ସମୀର ଦାସଙ୍କ ସମ୍ପୃକ୍ତିର ସ୍ପଷ୍ଟ ସୂଚନା ମିଳୁଛି । ଭାଇରାଲ ହୋଇଥିବା ଅଡ଼ିଓରେ ସେ ମଲେ ଏଥିପାଇଁ ସମୀର ଦାସ ଦାୟୀ ରହିବେ ବୋଲି କହିଥିଲେ । ଏହାପରେ ଅକ୍ଷୟ ନାୟକଙ୍କୁ ପଚରାଉଚରା କରି ତାଙ୍କ ଫୋନ ସିଜ କରିଥିଲା ପୋଲିସ ।

ଏହି ତମାମ ଘଟଣାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ମନ୍ତ୍ରୀ ସମୀର ଦାସଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ବାରମ୍ବାର ଦାବି କରୁଛନ୍ତି ବିରୋଧୀ ଦଳ । ରାଜ୍ୟବ୍ୟାପୀ ସମୀର ଦାସଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ତାଙ୍କ ବହିଷ୍କାର ଦାବି କରାଯାଉଛି । ତେବେ ଏନେଇ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ଯାହାକୁ ବିରୋଧ କରିଛି ବିଜେପି ବୁଦ୍ଧିଜୀବି ପ୍ରକୋଷ୍ଠ ।

ମନ୍ତ୍ରୀ ସମୀର ଦାସଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ବହିଷ୍କାର କରିବା ପାଇଁ ଦାବି କରି ରାଜଭବନ ସମ୍ମୁଖରେ ଧାରଣା ଦେଇଛି ବିଜେପି । ଶିକ୍ଷା ବିଭାଗରେ ଦାୟିତ୍ବରେ ଥିବା ମନ୍ତ୍ରୀ ନିଜେ ହତ୍ୟା ଓ ଯୌନ କେଳେଙ୍କାରୀରେ ସମ୍ପୃକ୍ତ ରହିବେ ତାହେଲେ ସୁସ୍ଥ ସମାଜ କିପରି ଗଠନ ହେବ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବୁଦ୍ଧିଜୀବି ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ସଜ୍ଜନ ଶର୍ମା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details