ଭୁବନେଶ୍ବର: ପରୀକୁ ନ୍ୟାୟ ଦାବିରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଆସୁଥିବା ବିଜେପି କର୍ମୀକୁ ଉଠାଇ ନେଲା ପୋଲିସ । ଚର୍ଚ୍ଚିତ ପରୀକୁ ନ୍ୟାୟ ଦାବିରେ ଉଠୁଛି ପଡୁଛି ଗୃହ । ବିରୋଧୀ ଗୃହକୁ ଅଚଳ କରୁଥିବା ବେଳେ ବାହାରେ ମଧ୍ୟ ବିକ୍ଷୋଭ ଜାରି ରହିଛି ।
ବିଧାନସଭା ଆଗରେ ପରୀକୁ ନ୍ୟାୟ ଦାବି, ବିଜେପି କର୍ମୀଙ୍କୁ ଉଠାଇନେଲା ପୋଲିସ - justice for pari
ବିଧାନସଭା ସମ୍ମୁଖରେ ପରୀକୁ ନ୍ୟାୟ ଦାବିରେ ବାଇକରେ ଆସୁଥିବା ଯୁବ ବିଜେପି କର୍ମୀଙ୍କୁ ଉଠାଇ ନେଲା ପୋଲିସ। ଏହାସହ ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଧିକ ପଢନ୍ତୁ...
ବିଧାନସଭା ଆଗରେ ପରୀକୁ ନ୍ୟାୟ ଦାବି, ବିଜେପି କର୍ମୀଙ୍କୁ ଉଠାଇନେଲା ପୋଲିସ
ବିଧାନସଭା ଆଗରେ ପରୀକୁ ନ୍ୟାୟ ଦାବି, ବିଜେପି କର୍ମୀଙ୍କୁ ଉଠାଇନେଲା ପୋଲିସ
ସେହିପରି ଶୁକ୍ରବାର ବିଧାନସଭା ସମ୍ମୁଖରେ ପରୀକୁ ନ୍ୟାୟ ଦେବା ପାଇଁ ବାଇକରେ କିଛି ଯୁବକ ଆସୁଥିବା ସମୟରେ ପୋଲିସ ସେମାନଙ୍କ ଉଠାଇନେଇଛି । ଏହାସହ ବିଧାନସଭା ସମ୍ମୁଖରେ ପୋଲିସ ସୁରକ୍ଷାକୁ କଡାକଡି କରାଯାଇଛି । ଏପରିକି ବିଧାନସଭା ସାମ୍ନାରେ ଆସୁଥିବା ଲୋକମାନଙ୍କ ପୋଲିସ ପଚରାଉଚରା କରୁଛି । ପରୀ ମୃତ୍ୟୁକୁ ନେଇ ସରକାର ମଧ୍ୟ ଏବେ ହରଡଘଣାରେ ପଡିଛନ୍ତି । ସେଥିପାଇଁ ପୋଲିସ ଅଧିକରୁ ଅଧିକ ତତ୍ପର ହେଉଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ