ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ଶିଶୁ, ନାବାଳିକା , ମହିଳା ସୁରକ୍ଷିତ ନୁହଁନ୍ତି । ଏହାର ପ୍ରତିବାଦରେ ବୁଧବାର ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଧାରଣା ଦିଆଯାଇଛି ।
ଶତାଧିକ ମହିଳା କର୍ମୀ ଓ ନେତ୍ରୀ ଫ୍ଲାଗ କାର୍ଡ ଧରି ନବୀନ ବାବୁ ଡାଉନ ଡାଉନ ସ୍ଲୋଗାନ ଦେବା ସହ ରାଜ୍ୟସରକାରଙ୍କୁ କଟୁ ସମାଲୋଚନା କରିଥିଲେ । ରାଜ୍ୟରେ ମହିଳା, ଶିଶୁମାନଙ୍କ ପ୍ରତି ଦୁଷ୍କର୍ମ ଘଟଣା ଦିନକୁ ଦିନ ବଢ଼ି ଚାଲିଛି । ବିଜେପିର ଅଭିଯୋଗ ରାଜ୍ୟରେ ପ୍ରତିଦିନ ୬ଜଣ ମହିଳା ଗଣଦୁଷ୍କର୍ମର ଶିକାର ହେଉଛନ୍ତି, ୪ ଜଣ ଅପହରଣର ଶିକାର ହେଉଛନ୍ତି । ସରକାର କେବଳ ଭୋଟ ଆଉ ଗାଦି ଲୋଭରେ ମାଡି ବସିଛନ୍ତି। ମହିଳାମାନଙ୍କ ପ୍ରତି ସରକାରଙ୍କ ଦୟା ନାହିଁ ।