ଓଡିଶା

odisha

ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି, ଥାନାରେ ଧସେଇ ପଶିଲା ମହିଳା ମୋର୍ଚ୍ଚା

By

Published : Oct 22, 2021, 1:49 PM IST

Updated : Oct 22, 2021, 5:52 PM IST

ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି କ୍ୟାପିଟାଲ ଥାନା ଘେରିଛି ବିଜେପି ମହିଳା ମୋର୍ଚ୍ଚା । ଅଧିକ ପଢନ୍ତୁ...

ମମିତା ମର୍ଡର ମିଷ୍ଟ୍ରି, ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଥାନା ଘେରିଲା ବିଜେପି ମହିଳା ମୋର୍ଚ୍ଚା
ମମିତା ମର୍ଡର ମିଷ୍ଟ୍ରି, ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଥାନା ଘେରିଲା ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ବର: ସଙ୍ଗୀନ ହେଉଛି ମହାଲିଙ୍ଗ ସନସାଇନ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା । ମମିତାଙ୍କୁ ନ୍ୟାୟ ଦାବିରେ ଅଡି ବସିଛନ୍ତି ବିଭିନ୍ନ ରାଜନୈତିକ ଦଳ ସାଙ୍ଗକୁ ସାମାଜିକ ସଙ୍ଗଠନ । ଏହିପରିପ୍ରେକ୍ଷୀରେ ଆଜି(ଶୁକ୍ରବାର) ପୁଣି କ୍ୟାପିଟାଲ ଥାନା ଘେରାଓ କରିଛି ବିଜେପି ମହିଳା ମୋର୍ଚ୍ଚା ।

ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି, ଥାନାରେ ଧସେଇ ପଶିଲା ମହିଳା ମୋର୍ଚ୍ଚା

ରାଜ୍ୟ ଗୃହମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଘେରାଉ କରିଛି ମହିଳା ମୋର୍ଚ୍ଚା । ସେପଟେ ଆଜି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ହତ୍ୟାର ସିନ୍ ରିକ୍ରିଏସନ କରି ଥିବାବେଳେ ତା'ର ସହଯୋଗୀ ରାଧେ ଘରୁ ପୋଲିସ ଏକ ବ୍ୟାଗ ଜବତ କରିଛି । ପୋଲିସ ମାମଲାର ତଦନ୍ତ ଜାରି ରଖି ଥିବାବେଳେ ମନ୍ତ୍ରୀ ଦିବ୍ଯଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Oct 22, 2021, 5:52 PM IST

ABOUT THE AUTHOR

...view details