ଓଡିଶା

odisha

By

Published : Jul 9, 2022, 9:48 PM IST

ETV Bharat / city

2024 ନିର୍ବାଚନରେ ଓଡ଼ିଶାରେ ଖେଳ କରିବ ବିଜେପି: ମୋହନ ମାଝୀ

2024 ସାଧାରଣ ନିର୍ବାଚନରେ ଚିତ୍ର ବଦଳିବ । 2024ରେ ଓଡ଼ିଶାରେ ଖେଳ କରିବ ବିଜେପି । ଏପରି ସ୍ପଷ୍ଟ ବିବୃତି ଦେଇଛନ୍ତି ବିଧାନସଭାର ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଅଧିକ ପଢନ୍ତୁ

2024 ନିର୍ବାଚନରେ ଓଡ଼ିଶାରେ ଖେଳ କରିବ ବିଜେପି: ମୋହନ ମାଝୀ
2024 ନିର୍ବାଚନରେ ଓଡ଼ିଶାରେ ଖେଳ କରିବ ବିଜେପି: ମୋହନ ମାଝୀ

ଭୁବନେଶ୍ବର: 2019 ନିର୍ବାଚନରେ ସ୍ୱଳ୍ପ ଭୋଟ ବ୍ୟବଧାନରେ ଅନେକ ସିଟ ହରାଇଛି ବିଜେପି । 2024 ସାଧାରଣ ନିର୍ବାଚନରେ ଚିତ୍ର ବଦଳିବ । 2024ରେ ଓଡ଼ିଶାରେ ଖେଳ କରିବ ବିଜେପି । ଏପରି ସ୍ପଷ୍ଟ ବିବୃତି ଦେଇଛନ୍ତି ବିଧାନସଭାର ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

2024 ନିର୍ବାଚନରେ ଓଡ଼ିଶାରେ ଖେଳ କରିବ ବିଜେପି: ମୋହନ ମାଝୀ

ମୋହନ କହିଛନ୍ତି ଯେ, "ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ଭାରତୀୟ ଜନତା ପାର୍ଟିର ଫାଇଦା ବେଶୀ । ବିଜେଡି କେବଳ ମହିଳା କାର୍ଡ ଖେଳେ । କିନ୍ତୁ ମହିଳାଙ୍କୁ ଉପେକ୍ଷା କରିଚାଲିଛି । ସ୍ଵୟଂ ସହାୟିକା ଗୋଷ୍ଠୀ ନାଁରେ ବିଜେଡି ଭୋଟ ବ୍ୟାଙ୍କ ତିଆରି କରିଛି । କିନ୍ତୁ ଦେଶର ସର୍ବୋଚ୍ଚ ପଦବୀରେ ଜଣେ ମହିଳାଙ୍କୁ ବସେଇବାକୁ ବିଜେପି ଯୋଜନା କରିଛି । ସବକା ସାଥ ସବକା ବିକାଶ ନାରା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଯାଉଛି ବିଜେପି । ବିଜେପି ଯେଉଁ ଖେଳ ଆଜି ଖେଳିଛି, 2024ରେ ତାହା ସପକ୍ଷରେ ଏହି ଖେଳ ଯିବ । ନିଶ୍ଚିତ ଭାବେ ବିଜେପିର ସଂଗଠନ ମଜବୁତ ହେବ । ଆଗାମୀ ନିର୍ବାଚନର ବିଜେପି ସପକ୍ଷରେ ନିଶ୍ଚୟ ଯିବ ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ରାଷ୍ଟ୍ରପତି ନିର୍ବାଚନ ପରେ ଖେଳ ହେବ । 2024 ସାଧାରଣ ନିର୍ବାଚନରେ ନିଶ୍ଚିତ ଭାବରେ ଓଡ଼ିଶାରେ ଖେଳ ହେବ । ବିଜେପି ଡବଲ ଇଞ୍ଜିନ ଯେଉଁ ଆଶା ରଖିଛି, ତାହା ନିଶ୍ଚତ ଭାବରେ ସଫଳ ହେବ । ନବୀନ ବାବୁ 5 ଥର ହେଲା ଓଡ଼ିଶାର ନେତୃତ୍ୱ ନେଇଛନ୍ତି । ଦୀର୍ଘ 22 ବର୍ଷ ଶାସନ କାଳ ଭିତରେ ଓଡିଶା ଆତ୍ମନିର୍ଭର ହେଇପାରିଲା ନାହିଁ । ମୌଳିକ ସମସ୍ୟା ଦୂର ହୋଇନାହିଁ । ବିଜେପି ତାର ସାଙ୍ଗଠନିକ କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଛି । 2019 ନିର୍ବାଚନରେ 14 ଲକ୍ଷ ଭୋଟ ବ୍ୟବଧାନରେ ବିଜେପି ବହୁ ସିଟ ହରେଇଛି । ତେଣୁ କେନ୍ଦ୍ରମନ୍ତ୍ରୀ ଏବଂ କେନ୍ଦ୍ରୀୟ ନେତା ବାରମ୍ବାର ଜଣେ ପରେ ଜଣେ ଓଡିଶା ଗସ୍ତ କରୁଛନ୍ତି । ଯୋଜନା ଆରମ୍ଭ ହୋଇଯାଇଛି। ସମୟକୁ ଅପେକ୍ଷା କରନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ABOUT THE AUTHOR

...view details