ଓଡିଶା

odisha

By

Published : May 14, 2022, 10:56 PM IST

ETV Bharat / city

Brajarajnagar By Poll: ବ୍ରଜରାଜନଗରରେ ବିଜେପି ଜିତିବ କହିଲେ ଦଳୀୟ ବିଧାୟକ

ବ୍ରଜରାଜନଗର ଉପନିର୍ବାଚନ ଉଷ୍ମତା ଆରମ୍ଭ ହେଲାଣି। ଶାସକ ଦଳ ଠାରୁ ବିରୋଧୀ ସମସ୍ତେ ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି। ବ୍ରଜରାଜନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥି ରାଧାରାଣୀ ପଣ୍ଡାଙ୍କୁ ନିର୍ବାଚନମଣ୍ଡଳୀବାସୀ ବିଜୟ କରିବେ । କାରଣ ବିଜେଡି ଶାସନକୁ ଆସିବା ପରେ ସେଠାରେ ଏକ ପାଉଁଶ ପାହାଡ ସୃଷ୍ଟି ହେଲାଣି ବୋଲି କହିଛନ୍ତି ବିଜେପି ବିଧାୟକ ନାଉରୀ ନାୟକ । ଅଧିକ ପଢନ୍ତୁ

ବିଜେପି ବିଧାୟକ
ବିଜେପି ବିଧାୟକ

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ଉଷ୍ମତା ଆରମ୍ଭ ହେଲାଣି । ଶାସକ ଦଳ ଠାରୁ ବିରୋଧୀ ସମସ୍ତେ ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି। ବ୍ରଜରାଜନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥି ରାଧାରାଣୀ ପଣ୍ଡାଙ୍କୁ ନିର୍ବାଚନମଣ୍ଡଳୀବାସୀ ବିଜୟ କରିବେ । କାରଣ ବିଜେଡି ଶାସନକୁ ଆସିବା ପରେ ସେଠାରେ ଏକ ପାଉଁଶ ପାହାଡ ସୃଷ୍ଟି ହେଲାଣି ବୋଲି କହିଛନ୍ତି ବିଜେପି ବିଧାୟକ ନାଉରୀ ନାୟକ ।

ଆଜି ବିଧାୟକ ନାଉରୀ କହିଛନ୍ତି ବ୍ରଜରାଜନଗରରେ ପାଉଁଶ ପାହାଡ ସୃଷ୍ଟି ହେବା ଦ୍ବାରା ପରିବେଶ ପ୍ରଦୂଷିତରେ ଲୋକ ଅତିଷ୍ଠ ହୋଇଗଲେଣି । କୌଣସି ସ୍ଥାନୀୟ ନିଯୁକ୍ତି ନାହିଁ । ଶିଳ୍ପାନୁଷ୍ଠାନ ମାନଙ୍କୁ ଜିଲ୍ଲା ପ୍ରଶାସନ କବଜା କରି ଚାରି ଆଡେ ପାଉଁଶ ଢାଳି ଚାଲିଛନ୍ତି । ଲୋକ ମାନେ ତାହାର ପ୍ରତିବାଦ କରିପାରୁନାହାନ୍ତି କି ସହି ପାରୁନାହାନ୍ତି । ଏହାସହ ଅଞ୍ଚଳରେ ଆହୁରି ଅନେକ ସମସ୍ୟା ରହିଛି ।

ସବୁ ସମସ୍ୟାକୁ ମୁଦ୍ଦା କରି ବିଜେପି ଲୋକଙ୍କ ପାଖରେ ପହଞ୍ଚିବ । ରାଧାରାଣୀ ପଣ୍ଡାଙ୍କୁ ଜିତାଇବା ପାଇଁ ପଶ୍ଚିମ ଓଡିଶାର ସମସ୍ତ ନେତାଙ୍କୁ ଦାୟିତ୍ବ ଦିଆଯାଇଛି । ବିଧାୟକ ମାନଙ୍କୁ ମଧ୍ୟ ଦାୟିତ୍ବ ମିଲିଛି ବୋଲି ନାଉରୀ ନାୟକ କହିଛନ୍ତି ।

ଭୁବନେଶ୍ରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details