ଓଡିଶା

odisha

ଦେବଗଡ ବିଧାୟକଙ୍କୁ ଗିରଫ ପ୍ରତିବାଦ: ଶୁକ୍ରବାର ରାଜ୍ୟବ୍ୟାପି ଆନ୍ଦୋଳନ କରିବ BJP

By

Published : May 5, 2022, 1:41 PM IST

ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀ ପ୍ରସଙ୍ଗ । ଆସନ୍ତାକାଲି(ଶୁକ୍ରବାର) ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବିଜେପି । ଏନେଇ ସୂଚନା ଦେଇଛନ୍ତି ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଅଧିକ ପଢନ୍ତୁ

ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଗିରଫଦାରୀ ପ୍ରସଙ୍ଗ, ଆସନ୍ତାକାଲି ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବିଜେପି
ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଗିରଫଦାରୀ ପ୍ରସଙ୍ଗ, ଆସନ୍ତାକାଲି ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବିଜେପି

ଭୁବନେଶ୍ବର: ରାଜ୍ୟରେ ତେଜୁଛି ବିଡ଼ିଓ-ବିଧାୟକ ବିବାଦ । ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀ ପ୍ରସଙ୍ଗ ଥମିବାର ନା ନେଉନାହିଁ । ଏନେଇ ଆସନ୍ତାକାଲି(ଶୁକ୍ରବାର) ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବିଜେପି । ତିଳେଇବଣି ବିଡିଓଙ୍କୁ ତୁରନ୍ତ ଗିରଫ ଦାବିରେ ରାଜ୍ୟର ସମସ୍ତ ଏସପି ଅଫିସ ଘେରାଉ କରାଯିବ । ଏହା ସହ ଦଳ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ଦେବଗଡ ବିଧାୟକଙ୍କୁ ଗିରଫ ପ୍ରତିବାଦ

ସୂଚନାଅନୁସାରେ ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଅଭିଯୋଗରେ ଗତ ୧ ତାରିଖ ଦିନ ବିଧାୟକଙ୍କ ସହ ତାଙ୍କର 3 ଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିଲା । କ୍ଷେତ୍ର ପରିଦର୍ଶନ(field visit) କରିବାକୁ ଯାଇଥିବା ବେଳେ ବିଡ଼ିଓଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାସହ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଏବଂ ତିଲେଇବଣି ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ଗିରଫ ଦାବିରେ ବିଜେପି ପକ୍ଷରୁ ମେ ୨ ତାରିଖ ଦିନ ୧୨ ଘଣ୍ଟିଆ ବନ୍ଦ ପାଳନ କରିଥିଲା ବିଜେପି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦେବଗଡ଼ ବନ୍ଦ ପାଳନ କରାଯାଇଥିଲା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details