ଓଡିଶା

odisha

By

Published : Dec 6, 2020, 1:34 PM IST

ETV Bharat / city

ପରୀ ପ୍ରସଙ୍ଗରେ ଆସନ୍ତାକାଲି ରାଜଭବନ ଘେରାଓ କରିବ ବିଜେପି

ପରୀ ମାମଲାର ସିବିଆଇ ତଦନ୍ତ ଓ ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ ଅରୁଣ ସାହୁଙ୍କ ବରଖାସ୍ତ ଦାବିରେ ଆସନ୍ତାକାଲି(ସୋମବାର) ବିଜେପି ରାଜଭବନ ସମ୍ମୁଖରେ ଗଣଧାରଣା ଦେବ । ଅଧିକ ପଢନ୍ତୁ...

ପରୀ ପ୍ରସଙ୍ଗରେ ସୋମବାର ରାଜଭବନ ଘେରାଓ କରିବ ବିଜେପି
ପରୀ ପ୍ରସଙ୍ଗରେ ସୋମବାର ରାଜଭବନ ଘେରାଓ କରିବ ବିଜେପି

ଭୁବନେଶ୍ବର: ରାଜ୍ୟରେ ପରୀ ଝଡ ଥମିବାର ନାଁ ନେଉନି । ସରକାର ଏ ପ୍ରସଙ୍ଗକୁ ଏଡାଇବାକୁ ଚେଷ୍ଟା କରୁଥିବାବେଳେ ମନ୍ତ୍ରୀଙ୍କ ବହିଷ୍କାର ଦାବିକୁ ନେଇ ଜିଦ୍‌ରେ ଅଟଳ ବିରୋଧି । ପରୀକୁ ନ୍ୟାୟ ଦାବିରେ ପଲ୍ଲୀରୁ ଦିଲ୍ଲୀ ବିକ୍ଷୋଭ ଆନ୍ଦୋଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି( ସୋମବାର) ରାଜଭବନ ସମ୍ମୁଖରେ ଗଣଧାରଣା ଦେବ ଭାରତୀୟ ଜନତା ପାର୍ଟି ।

ପରୀ ମାମଲାରେ ସିବିଆଇ ତଦନ୍ତ ଓ ଏହି ଘଟଣାରେ ସମ୍ପୃକ୍ତ ଥିବା ମନ୍ତ୍ରୀ ଅରୁଣ ସାହୁଙ୍କ ବରଖାସ୍ତ ଦାବିରେ ଏହି ଧାରଣା ଦେବ ଦଳ । କୁନି ଝିଅ ପରୀକୁ ନ୍ୟାୟ ଦାବିରେ ଲଗାତାର ଉଭୟେ କଂଗ୍ରେସ ଓ ବିଜେପି ଆନ୍ଦୋଳନ କରି ଆସୁଛନ୍ତି । ଦୋଷୀକୁ ଦଣ୍ଡ ଓ ପରୀକୁ ନ୍ୟାୟ ପାଇଁ ରାଜରାସ୍ତାରେ ଜୋରଦାର ଆନ୍ଦୋଳନ କରି ଆସୁଛି ବିଜେପି । ଏପଟେ ଏସଆଇଟି ଟିମ୍ ଘଟଣାର ତଦନ୍ତ କରୁଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details