ଭୁବନେଶ୍ବର:ବର୍ଷାରେ ବେହାଲ ସ୍ମାର୍ଟସିଟି । ରାଜଧାନୀର ଭିଆଇପି କଲୋନୀଠୁ ଆରମ୍ଭ କରି ବସ୍ତି, ସବୁଠି କେବଳ ପାଣି ହିଁ ପାଣି । କାହା ଘରେ ଡ୍ରେନ ପାଣି ପଶୁଛି ତ ଆଉ କେଉଁଠି ଲଗାଣ ବର୍ଷାରେ ଘର ଦାବି ଯାଉଛି । ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ସ୍ମାର୍ଟସିଟିବାସୀ । ନା ଭଲ ଭାବେ ଦି' ମୁଠା ଖାଇ ପାରୁଛନ୍ତି ନା ଶୋଇ ପାରୁଛନ୍ତି । ଏପରିସ୍ଥଳେ ରାଜଧାନୀର ବିଭିନ୍ନ ବସ୍ତିରେ ପହଞ୍ଚିଛି ବିଜେପି ।
ଜଳବନ୍ଦୀ ସମସ୍ୟାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଭୁବନେଶ୍ବର ବିଜେପି ଜିଲ୍ଲା ସାଙ୍ଗଠନିକ ସଭାପତି ବାବୁ ସିଂ ରାଜଧାନୀର ବିଭିନ୍ନ ଅଞ୍ଚଳର ସହ ବସ୍ତିଗୁଡିକ ପରିଦର୍ଶନ କରିଛନ୍ତି । ଲୋକଙ୍କୁ ଦୁର୍ଦ୍ଦଶା ଦେଖି ରାଜ୍ୟ ସରକାର ଓ ବିଏମସିର ଅପାରଗତାକୁ ସେ ଘୋର ନିନ୍ଦା କରିଛନ୍ତି ।