ଓଡିଶା

odisha

ETV Bharat / city

ବିଜେପିର ପ୍ରଚଣ୍ଡ ବିଜୟ, ଓଡିଶାରେ ପଡିବନି ପ୍ରଭାବ: ଦେବୀ ମିଶ୍ର - ଓଡିଶାରେ ପଡିବନି ବିଜେପିର ବିଜୟ ପ୍ରଭାବ

ପ୍ରକାଶ ପାଇଛି 5 ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ । 4 ରାଜ୍ୟରେ ନିଜ ଗଡ ରକ୍ଷା କରିବାରେ ସଫଳ ହୋଇଛି ବିଜେପି । ବିଜୟ ଉତ୍ସବରେ ସାମିଲ ହୋଇ ଦଳୀୟ ନେତା କର୍ମୀଙ୍କୁ ସମ୍ବୋଧିତ କରିବା ସହ ଏହି ବିଜୟ 2024 ଫଳାଫଳ ପାଇଁ ସଂକେତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାକୁ ନେଇ ଦେଶର ରାଜନୀତି ଜୋର ଧରିଛି । ବିଜେଡି ମଧ୍ୟ ପ୍ରତିକ୍ରିୟା ରଖିଛି । ଅଧିକ ପଢନ୍ତୁ

BJD ଉପସଭାପତି ଦେବୀ ମିଶ୍ର
BJD ଉପସଭାପତି ଦେବୀ ମିଶ୍ର

By

Published : Mar 11, 2022, 10:36 PM IST

ଭୁବନେଶ୍ବର: ପ୍ରକାଶ ପାଇଛି 5 ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ । 4 ରାଜ୍ୟରେ ନିଜ ଗଡ ରକ୍ଷା କରିବାରେ ସଫଳ ହୋଇଛି ବିଜେପି । ବିଜୟ ଉତ୍ସବରେ ସାମିଲ ହୋଇ ଦଳୀୟ ନେତା କର୍ମୀଙ୍କୁ ସମ୍ବୋଧିତ କରିବା ସହ ଏହି ବିଜୟ 2024 ଫଳାଫଳ ପାଇଁ ସଂକେତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାକୁ ନେଇ ଦେଶର ରାଜନୀତି ଜୋର ଧରିଛି । ବିଜେଡି ମଧ୍ୟ ପ୍ରତିକ୍ରିୟା ରଖିଛି ।

ଓଡିଶାରେ ପଡିବନି ବିଜେପିର ବିଜୟ ପ୍ରଭାବ: BJD ଉପସଭାପତି ଦେବୀ ମିଶ୍ର

ବିଜେଡି ଉପସଭାପତି ଦେବି ମିଶ୍ର କହିଛନ୍ତି , ଉତ୍ତର ପ୍ରଦେଶ ସମେତ 5 ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳ ପ୍ରକାଶ ପାଇଛି । 4ଟି ବିଜେପି ସପକ୍ଷରେ ଯାଇଛି । ଯେଉଁଠାରେ ପୂର୍ବରୁ ବିଜେପି ସରକାରରେ ଥିଲା । ସେଇଟାକୁ ବିଜେପି ରିପିଟ କରିଛି । ପଞ୍ଜାବକୁ ଛାଡି ଦେଲେ ଗେରୁଆ ଦଳ ୟୁପି, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରରେ ବିଜୟ ହାସଲ କରିଛି । ଏହା ପୂର୍ବରୁ ଆକଳନ କରାଯାଉଥିଲା । ଏକଜିଟ ପୋଲ ବି ତାହା ଦର୍ଶାଉଥିଲା । କେବଳ ପଞ୍ଜାବରେ ପଲିଟିକାଲ ଚେଞ୍ଜ ହୋଇଛି ।

ୟୁପିରେ ବିଜେପି ବିଜୟ ହୋଇଛି କିନ୍ତୁ ଆଖିଦୃଶିଆ ହୋଇନାହିଁ । ଗତଥର ଅପେକ୍ଷା ବିଜେପିର ବହୁ ସିଟ ମଧ୍ୟ କମିଛି । ଆଞ୍ଚଳିକ ଆଶା, ପ୍ରସଙ୍ଗ ଓ ସମିକରଣ ନେଇ ରାଜ୍ୟ ନିର୍ବାଚନ ଲଢେଇ ହୁଏ । ତାହା ସେଠାରେ ହୋଇଛି । ଓଡିଶାରେ ନବୀନ ବାବୁ ହେଉଛନ୍ତି ଅଦ୍ଵିତୀୟ ନେତା । ତେଣୁ ଓଡିଶାରେ ଏହାର ପ୍ରଭାବ ପଡିବ ନାହିଁ । ଜନମତର ଶୁଭେଚ୍ଛା, ଆଶୀର୍ବାଦ ଓ ଜଗନ୍ନାଥଙ୍କ କରୁଣା ନବୀନ ବାବୁଙ୍କ ପ୍ରତି ରହିଛି । ନବୀନଙ୍କ ନେତୃତ୍ବରେ ବିଜେଡିର ସଫଳତା ପଞ୍ଚାୟତରେ ପ୍ରତିଫଳନ ହୋଇଛି । ଏହା ପୌର ନିର୍ବାଚନରେ ବି ପ୍ରତିଫଳିତ ହେବ । ଏହା ସହ 2024 ନିର୍ବାଚନରେ ମଧ୍ୟ ପ୍ରତିଫଳିତ ହେବ । ପଞ୍ଚାୟତ ନିର୍ବାଚନରେ ରାଜ୍ୟ ବିଜେପିର ଶୋଚନୀୟ ପରାଜୟ ହୋଇଛି । ତାପରେ ବିଭିନ୍ନ ରାଜ୍ୟରେ ବିଜେପିକୁ ସଫଳତା ମିଳିଛି । ତେଣୁ ରାଜ୍ୟ ବିଜେପି ଓ କର୍ମୀଙ୍କ ମହଲରେ ଉତ୍ସାହିତ ହେବା ସ୍ବାଭାବିକ କଥା ।

ଭୁବନେଶ୍ବର ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details