ଭୁବନେଶ୍ବର:ଓଡ଼ିଶା ବିଜେପି ଅଭ୍ୟାସଗତ ଭାବେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ ଓ ଭ୍ରମିତ କରିବାକୁ ପ୍ରୟାସ କରୁଛି । ଏହା ସହିତ ସେମାନଙ୍କୁ ଦ୍ୱନ୍ଦ୍ବରେ ପକାଇବାକୁ ଚେଷ୍ଟା କରୁଛି । ଏଭଳି କାର୍ଯ୍ୟ ପାଇଁ ଓଡିଶାର ଲୋକମାନେ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି । ତଥାପି ଓଡ଼ିଶା ବିଜେପି ଏଥିରୁ କିଛି ଶିଖିପାରୁନାହିଁ । ଏହା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ରଖି ସସ୍ମିତ ଏହା କହିଛନ୍ତି । ଓଡ଼ିଶା ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କର ଆଜିର ବିବୃତ୍ତିରୁ ଏହା ପ୍ରତିଫଳନ ହେଉଛି । ରାଜନୈତିକ ଫାଇଦା ହାସଲ କରିବାକୁ ସମୀର ପୁନର୍ବାର ଲୋକଙ୍କୁ ଦ୍ୱନ୍ଦ୍ବରେ ପକାଇବା ଏବଂ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି । ଏଭଳି କୌଶଳ ଓଡ଼ିଶା ବିଜେପିର ଜାରି ରହିଛି ବୋଲି କହିଛନ୍ତି ସସ୍ମିତ ।