ଓଡିଶା

odisha

ବିଜେପି ଆରମ୍ଭ କରିବ ବୁଥ ସଶକ୍ତିକରଣ ଅଭିଯାନ

By

Published : Sep 6, 2022, 10:34 PM IST

ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ସରିଲା ବିଜେପି କୋର କମିଟି ବୈଠକ । ଦଳକୁ କମ ଭୋଟ ମିଳିଥିବା ବୁଥରେ ବିଜେପି ଆରମ୍ଭ କରିବ ବୁଥ ସଶକ୍ତିକରଣ ଅଭିଯାନ । ଅଧିକ ପଢ଼ନ୍ତୁ

ବିଜେପି ଆରମ୍ଭ କରିବ ବୁଥ ସଶକ୍ତିକରଣ ଅଭିଯାନ
ବିଜେପି ଆରମ୍ଭ କରିବ ବୁଥ ସଶକ୍ତିକରଣ ଅଭିଯାନ

ଭୁବନେଶ୍ବର: ବିଜେପି ଆରମ୍ଭ କରିବ ବୁଥ ସଶକ୍ତିକରଣ ଅଭିଯାନ । ଦଳକୁ କମ ଭୋଟ ମିଳିଥିବା ବୁଥରେ ସଙ୍ଗଠନ ସୁଦୃଢ଼ କରିବ ଦଳ । ଉଭୟ ଜିତିଥିବା ଓ ହାରିଥିବା ନିର୍ବାଚନମଣ୍ଡଳୀ ଗୁଡିକରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରାଯିବା ନେଇ ଆଜି ଦଳର କୋର କମିଟି ବୈଠକରେ ଆଲୋଚନା ହୋଇଛି । ଏହା ସହିତ ଆଗାମୀ ସାଧାରଣ ନିର୍ବାଚନରେ ଦଳକୁ ବିଜୟୀ କରାଇବାକୁ ମାର୍ଗଦର୍ଶନ କରିଛନ୍ତି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ।

ବିଜେପି ଆରମ୍ଭ କରିବ ବୁଥ ସଶକ୍ତିକରଣ ଅଭିଯାନ

ନୂତନ ଭାବରେ ନିଯୁକ୍ତ ହୋଇଥିବା ବିଜେପି ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ଆଜି (ମଙ୍ଗଳବାର) ଭୁବନେଶ୍ବର ଦଳୀୟ କାର୍ଯ୍ୟାଳୟରେ କୋର କମିଟି ବୈଠକ ଅନୁଷ୍ଠିତ ହୋଇଛି । କମ ଭୋଟ ପାଇଥିବା ବୁଥରେ ଦଳର ସଙ୍ଗଠନକୁ ସୁଦୃଢ଼ କରିବା ନେଇ ଏଥିରେ ଆଲୋଚନା ହୋଇଛି । ଏନେଇ ବୁଥ ସଶକ୍ତି କରଣ ଅଭିଯାନ ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ବିଜେପି ପ୍ରାର୍ଥୀ ଜିତିଥିବା ଲୋକସଭା କ୍ଷେତ୍ରରେ ସର୍ବନିମ୍ନ ୧୦୦ଟି ବୁଥ ଏବଂ ବିଧାନସଭା କ୍ଷେତ୍ରରେ ୨୫ଟି ବୁଥ ଧାର୍ଯ୍ୟ କରାଯାଇଛି । ସେହିପରି ପରାଜୟ ହୋଇଥିବା ଲୋକସଭା କ୍ଷେତ୍ର ଗୁଡ଼ିକରେ ଲୋକସଭା ପ୍ରବାସ ଯୋଜନାରେ କେନ୍ଦ୍ର ମନ୍ତ୍ରୀ ମାନେ ଆସି ଅନୁଧ୍ୟାନ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେପିର ମିଶନ ୨୦୨୪: ଅଙ୍କ କସିଲେ ପ୍ରଭାରୀ ସୁନୀଲ ବଂଶଲ

ତେବେ ଦଳ ଜିତିଥିବା ଏବଂ ହାରିଥିବା ଉଭୟ ନିର୍ବାଚନମଣ୍ଡଳୀ ଗୁଡିକରେ ଦଳୀୟ ସଙ୍ଗଠନକୁ ବୁଥ ସ୍ତରରୁ ସଶକ୍ତ କରାଯିବା ନେଇ ଆଜିର କୋର କମିଟି ବୈଠକରେ ଆଲୋଚନା ହୋଇଛି । ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଓ ଗାନ୍ଧୀ ଜୟନ୍ତୀ ଆଦି କାର୍ଯ୍ୟକ୍ରମ ଗୁଡିକୁ କିଭଳି ପାଳନ କରାଯିବ ସେସବୁ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି । ଏହା ସହିତ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ କିପରି ଦଳ ରାଜ୍ୟରେ ବିଜୟ ଲାଭ କରିବ ସେ ପ୍ରସଙ୍ଗରେ ପ୍ରଭାରୀ ସୁନୀଲ ବଂଶଲ ମାର୍ଗଦର୍ଶନ କରିଥିବା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ।

ବୈଠକ ପରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ପ୍ରତିକ୍ରିୟାରେ କହିଛନ୍ତି, "କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ନିଜ ଫୋଟୋ ଲଗାଇ ମିଛ ପ୍ରଚାର କରୁଛନ୍ତି । ସେହିଭଳି ଦିଲ୍ଲୀ ଯାଇ ନିଜ ପ୍ରାୟୋଜିତ କାର୍ଯ୍ୟକ୍ରମରୁ ପୁରସ୍କାର ଆଣି ହଜାର ହଜାର ଲୋକଙ୍କୁ ଆଣି ରାଲି କରୁଛନ୍ତି । ଏହା ଲୋକେ ଜଣି ସାରିଲେଣି । ପ୍ରଭାରୀ ସୁନୀଲ ବଂଶଲଙ୍କ ମାର୍ଗଦର୍ଶନରେ ଆମେ ବୁଥ ସ୍ତରରୁ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବୁ । ଏବଂ ଆଗାମୀ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଗଠନ କରିବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details