ଭୁବନେଶ୍ବର:ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ପ୍ରତିବାଦକୁ ଆହୁରି ଶାଣିତ କରିବ ରାଜ୍ୟ ବିଜେପି । ରାଜ୍ୟର କୋଣ ଅନୁକୋଣରେ ଜୋରସୋରରେ ପ୍ରତିବାଦ କରାଯିବ । ମନ୍ତ୍ରୀଙ୍କ ନାମରେ ଅସଂଖ୍ୟ ଅଭିଯୋଗ ଆସିଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରବତା ଅବଲମ୍ବନ କରିଛନ୍ତି । ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ କି ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବ ନାହିଁ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି ସ୍ପଷ୍ଟ ଭାବେ କହି ଦିଅନ୍ତୁ ବୋଲି କଟାକ୍ଷ କରିଛି ରାଜ୍ୟ ବିଜେପି ।
ରାଜଧାନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତ ଶୁଣିବାକୁ ଯାଇଥିବା ବେଳେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଏହା କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଏତେ ମାତ୍ରାରେ ଅନୁଦାନ ଏକ ଘରୋଇ କଲେଜକୁ କିଭଳି ଦିଆଯାଉଥିଲା ତାହାକୁ ନେଇ ପ୍ରଶ୍ନ କରିଛନ୍ତି ସମୀର । ସିଏଜି ମଧ୍ୟ ଉକ୍ତ କଲେଜରେ ଖର୍ଚ୍ଚ ହୋଇଥିବା ପଶ୍ଚିମ ଓଡିଶା ବିକାଶ ପରିଷଦର ପାଣ୍ଠିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।