ଓଡିଶା

odisha

ETV Bharat / city

ପଶ୍ଚିମ ଓଡିଶାରେ ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମି, ଜୁଲାଇ ୨୮ରେ ଆନ୍ଦୋଳନ କରିବ ବିଜେପି - ବିଜେପି

ପଶ୍ଚିମ ଓଡିଶାର ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ନେଇ ଜୁଲାଇ ୨୮ ତାରିଖରେ ବିଜେପି ୧୦ଟି ମୁଖ୍ୟ ଚିକିତ୍ସାଳୟରେ ଆନ୍ଦୋଳନ କରିବ ବୋଲି କହିଛି । ଅଧିକ ପଢନ୍ତୁ...

ପଶ୍ଚିମ ଓଡିଶାରେ ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମି, ଜୁଲାଇ ୨୮ରେ ଆନ୍ଦୋଳନ କରିବ ବିଜେପି
ପଶ୍ଚିମ ଓଡିଶାରେ ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମି, ଜୁଲାଇ ୨୮ରେ ଆନ୍ଦୋଳନ କରିବ ବିଜେପି

By

Published : Jul 24, 2021, 7:09 PM IST

ଭୁବନେଶ୍ବର: ପଶ୍ଚିମ ଓଡିଶାରେ ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ନେଇ ସ୍ବର ଉଠାଇଛି ବିଜେପି । ଏହା ବିରୋଧରେ ଆଗାମୀ ଜୁଲାଇ ୨୮ ତାରିଖରେ ୧୦ଟି ଜିଲ୍ଲା ମୁଖ୍ୟାଳୟରେ ବିଜେପି ଆନ୍ଦୋଳନ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଦଳ ସୂଚନା ଦେଇଛି ।

ଭୀମସାରରେ ଇକମୋ ମେସିନ ନ ଯୋଗାଇବା ବିରୋଧରେ ଅଗଷ୍ଟ 2 ତାରିଖରେ ଜିଲ୍ଲା ଆରଡିସି ଅଫିସ ଆଗରେ ଆନ୍ଦୋଳନ କରିବ ଦଳ । ଓଡିଶା ସରକାର 21 ବର୍ଷ ଶାସନ ଭିତରେ ପଶ୍ଚିମ ଓଡିଶାକୁ ସବୁ କ୍ଷେତ୍ରରେ ଅବହେଳା କରିଛନ୍ତି । ପିଏମ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁନି । 10ଟି ଜିଲ୍ଲାରେ ଘର ନାହିଁ । ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଅବହେଳା । ପିଏଚସି, ସିଏଚସି ଓ ଭୀମସାରକୁ ଅବହେଳା କରାଯାଇଛି । କୋଭିଡ-19ର ଦ୍ବିତୀୟ ଲହରରେ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଥିଲା । କିନ୍ତୁ ସରକାର ସବୁବେଳେ କେଵଳ ପ୍ରସ୍ତୁତ ଅଛନ୍ତି ବୋଲି କହୁଥିବା ବେଳେ ପଶ୍ଚିମ ଓଡିଶାର ବିଭିନ୍ନ ପିଏଚସି ଓ ସିଏଚସିରେ ଶିଶୁ ରୋଗ ବିଶେଷଜ୍ଞ ନାହାନ୍ତି ।

ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ପଶ୍ଚିମ ଓଡିଶାର ବାସିନ୍ଦା ହୋଇଥିବା ବେଳେ ଅଞ୍ଚଳବାସୀଙ୍କୁ ସାବତ ପୁଅ ଭଳି ବ୍ୟବହାର କରୁଛନ୍ତି । ଭୀମସାର ଉପରେ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲା ସମେତ ଛତିଶଗଡ଼ ବାସୀ ମଧ୍ୟ ନିର୍ଭର କରନ୍ତି । ରାଜ୍ୟ ସରକାର ଭୀମସାର କୁଳପତିଙ୍କୁ ଅଟୋନୋମି ଦିଆଯିବ ବୋଲି ଘୋଷଣା କରିଥିଲେ । କିନ୍ତୁ ଆଜି କୁଳପତି ସ୍ଵାଧୀନ ଭାବେ ଗୋଟିଏ ପିଅନ ନିଯୁକ୍ତି ମଧ୍ୟ କରିପାରୁନାହାନ୍ତି । କୋଭିଡ ସମୟରେ ଇକମୋ ଟ୍ରିଟମେଣ୍ଟ ପାଇଁ ସରକାର ଘୋଷଣା କଲେ । ସିବିକେ ମହାନ୍ତି ଘୋଷଣା କଲେ 9ଟି ଆସିବ ଓ ଏସସିବିରେ ଲାଗିବ । ଭୀମସାରରେ କାହିଁକି ଲାଗିବ ନାହିଁ । ରାଜ୍ୟ ସରକାରଙ୍କର ପଶ୍ଚିମ ଓଡିଶା ପାଇଁ ଏଭଳି ବୈମାତୃକ ମନୋଭାବ କାହିଁକି ବୋଲି ପ୍ରଶ୍ନ କରାଯାଇଛି ।

ପଶ୍ଚିମ ଓଡିଶାବାସୀ ରାଜ୍ୟ ସରକାରଙ୍କର ସାବତ ପୁଅ ହୋଇ ରହିଯାଇଛନ୍ତି । କୋଭିଡ ପରିସ୍ଥିତି ନିୟନ୍ତ୍ରଣକୁ ଆସିଲେ ପଶ୍ଚିମ ଓଡିଶାରେ ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ନେଇ ବିରାଟ ଆନ୍ଦୋଳନ କରିବ ବିଜେପି । ଆସନ୍ତା ଜୁଲାଇ 28 ତାରିଖରେ ପଶ୍ଚିମ ଓଡିଶାର ଜିଲ୍ଲା ମାନଙ୍କରେ ଦାବି ପତ୍ର ଦିଆଯିବ । 10ଟି ଜିଲ୍ଲାର ମୁଖ୍ୟାଳୟରେ ଆନ୍ଦୋଳନ ହେବ । ଇକମୋ ମେସିନର ଆବଶ୍ୟକତା ଭୀମସାରରେ ଅଛି । ଅଗଷ୍ଟ 2 ତାରିଖ ଦିନ ସମ୍ବଲପୁରର ଆରଡିସି ଅଫିସ ଆଗରେ ଆନ୍ଦୋଳନ ହେବ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details