ଓଡିଶା

odisha

ETV Bharat / city

ମିଛ କହୁଛି ବିଜେପି, ଚାରି ମାସରେ ମାତ୍ର ୩ ପ୍ରତିଶତ ଦିଆଯାଇଛି ଟୀକା: ସତ୍ୟ ନାୟକ - ଟୀକାକୁ ନେଇ ମିଛ କହୁଛି ବିଜେପି

ଦେଶର ଟୀକାକରଣକୁ ନେଇ ରାଜ୍ୟର ବିଜେପି ନେତା ଲୋକଙ୍କୁ ମିଛ କହିବା ବନ୍ଦ କରୁ ବୋଲି ପ୍ରଦେଶ କଂଗ୍ରେସ କହିଛି । ଭାରତର ଟୀକାକରଣ ସାରା ବିଶ୍ୱରେ ସର୍ବବୃହତ ୧ ନମ୍ବର ବୋଲି ବିଜେପି ଛାତି ବାଡ଼େଇ ପ୍ରଚାର କରୁଥିବା କଥା ମିଛ କହିଲେ ମୁଖପାତ୍ର ସତ୍ୟ ନାୟକ । ଅଧିକ ପଢନ୍ତୁ...

ଟୀକାକୁ ନେଇ ମିଛ କହୁଛି ବିଜେପି; ଚାରି ମାସରେ ମାତ୍ର ୩ ପ୍ରତିଶତ ଲୋକଙ୍କୁ ଦିଆଯାଇଛି ଟୀକା: ସତ୍ୟ ପ୍ରକଶ
ଟୀକାକୁ ନେଇ ମିଛ କହୁଛି ବିଜେପି; ଚାରି ମାସରେ ମାତ୍ର ୩ ପ୍ରତିଶତ ଲୋକଙ୍କୁ ଦିଆଯାଇଛି ଟୀକା: ସତ୍ୟ ପ୍ରକଶ

By

Published : May 15, 2021, 10:48 PM IST

ଭୁବନେଶ୍ବର: ଦେଶର ଟୀକାକରଣକୁ ନେଇ ରାଜ୍ୟର ବିଜେପି ନେତା ଲୋକଙ୍କୁ ମିଛ କହିବା ବନ୍ଦ କରୁ ବୋଲି ପ୍ରଦେଶ କଂଗ୍ରେସ କହିଛି । ଭାରତର ଟୀକାକରଣ ସାରା ବିଶ୍ୱରେ ସର୍ବବୃହତ ୧ ନମ୍ବର ବୋଲି ବିଜେପି ଛାତି ବାଡ଼େଇ ପ୍ରଚାର କରୁଛି । ଅସଲରେ ଗତ ଜାନୁଆରୀ ୧୬ ରୁ ଟିକା ଅଭିଯାନ ଆରମ୍ଭ ହେବାଠାରୁ ଏବେ ଯାଏ ଗତ ଚାରିମାସ ମଧ୍ୟରେ ଭାରତର ମାତ୍ର ୩ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇ ପାରିଛି ।

ଟୀକାକୁ ନେଇ ମିଛ କହୁଛି ବିଜେପି; ଚାରି ମାସରେ ମାତ୍ର ୩ ପ୍ରତିଶତ ଲୋକଙ୍କୁ ଦିଆଯାଇଛି ଟୀକା: ସତ୍ୟ ପ୍ରକଶ

ଅନ୍ୟପଟେ ଆମେରିକାରେ ୩୭ ପ୍ରତିଶତ ଲୋକ ସଂପୂର୍ଣ୍ଣ ଟିକା ଡୋଜ ନେଇ ସାରିଲେଣି । ଭାରତର ମୋଟ ୧୭ କୋଟି ୮୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ଆମେରିକାରେ ୨୬ କୋଟି ୭୦ ଲକ୍ଷ, ଚୀନ ୩୭ କୋଟି ଲୋକଙ୍କୁ ଟିକା ଦେଇସାରିଲାଣି । ତେଣୁ ବିଜେପି ଏଭଳି ମିଛ ବହସ୍ପଟ ମାରିବାରୁ ଖ୍ୟାନ୍ତ ରହୁ ବୋଲି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ କହିଛନ୍ତି ।

୨୦୨୧ -୨୨ ଦେଶରେ କେନ୍ଦ୍ର ସରକାର କେବଳ ଟିକା ପାଇଁ ୩୫ ହଜାର କୋଟି ଟଙ୍କା ପ୍ରାବଧାନ କରିଥିଲେ । ଏଯାବତ ମାତ୍ର ୪୭୦୦ କୋଟି ଟଙ୍କା ଟିକା ବାବଦରେ ଖର୍ଚ୍ଚ ହୋଇଛି । ବାକି ୩୦ ହଜାର ୩ଶହ କୋଟି ଟଙ୍କାର ଟିକା ଖର୍ଚ୍ଚ ନକରି କେନ୍ଦ୍ର ସରକାର କାହିଁକି ଚୁପ ବସିପଡ଼ିଲେ ବୋଲି ସତ୍ୟପ୍ରକାଶ ପ୍ରଶ୍ନ କରିଛନ୍ତି । ବିହାର, ବେଙ୍ଗଲ ନିର୍ବାଚନ ବେଳେ ଏବଂ ମନକିବାତରେ ନିଜେ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ ଭାରତରେ ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ । କିନ୍ତୁ ଏବେ କାହିଁକି ରାଜ୍ୟ ମାନଙ୍କ ଉପରକୁ ଟୀକାର ଦାୟିତ୍ୱ ଠେଲି ଦେଲେ ବୋଲି ସତ୍ୟ ପ୍ରକାଶ କହିଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତରେ ମୋଟ ୯୪ କୋଟି ବୟସ୍କଙ୍କୁ ଟିକା ଦେବା ପାଇଁ ଏବେ ଆଉ ୧୮୮ କୋଟି ଟିକା ଡୋଜର ଆବଶ୍ୟକତା ଅଛି । ସେଥିପାଇଁ ମୋଟ ୨୫ ହଜାର ୫୯୮ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଟିକା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଥିବା ୩୫ ହଜାର କୋଟିରୁ ଏହି ଅର୍ଥ ପାଇଁ ଅର୍ଥ ଅଛି । କିନ୍ତୁ, ମୋଦି ସରକାର ଏହି ଦାୟିତ୍ୱରୁ ଚୁପଚାପ ହଟିଗଲେ । ଅଥଚ ବିଜେପି ନେତାମାନେ ଓଲଟା ବିରୋଧି ଦଳ ମାନଙ୍କୁ ସମାଲୋଚନାରେ ବ୍ୟସ୍ତ ବୋଲି ସତ୍ୟପ୍ରକାଶ କହିଛନ୍ତି ।

ଯଦି ରାଜ୍ୟମାନେ ନିଜ ସମ୍ବଳରୁ ଟିକା କିଣିବେ ତେବେ ସେମାନଙ୍କର ସ୍ୱାସ୍ଥ୍ୟ ବଜେଟର ୩୦ ପ୍ରତିଶତ କେବଳ ଟିକାରେ ଖର୍ଚ୍ଚ ହୋଇଯିବ । ଓଡ଼ିଶାର ଚଳିତ ସ୍ୱାସ୍ଥ୍ୟ ବଜେଟ ହେଉଛି ୯ ହଜାର ୩୪୦ କୋଟି ଟଙ୍କା ଏବଂ ଟିକା କିଣାରେ ପାଖାପାଖି ୩୦ ପ୍ରତିଶତ ଅର୍ଥାତ ପ୍ରାୟ ୨୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଯିବ । ଯାହାଦ୍ୱାରା ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଚିକିତ୍ସା ପାଇଁ ଅର୍ଥଭାବ ଦେଖାଦେବ ବୋଲି ସତ୍ୟପ୍ରକାଶ ନାୟକ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details