ଓଡିଶା

odisha

By

Published : Feb 1, 2021, 9:23 PM IST

ETV Bharat / city

ପ୍ରାଚୀନ ଐତିହ୍ୟ ସରଂକ୍ଷଣ କରାଯାଉ:ବିଜେପି

ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ ଆଳରେ ପ୍ରାଚୀନ ସଂସ୍କୃତି ଓ ଐତିହ୍ୟ ଗୁଡିକୁ ନଷ୍ଟ ନକରିବାକୁ ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରସ୍ଥ ହେଲା ରାଜ୍ୟ ବିଜେପି । ଏହା ସହ ଶିଶୁପାଳ ଗଡ଼ ପ୍ରାଚୀନ କୀର୍ତ୍ତିରାଜି ସରଂକ୍ଷଣ କରାଯାଉ ବୋଲି ବିଜେପି କହିଛି । ଅଧିକ ପଢନ୍ତୁ...

bjp
ପ୍ରାଚୀନ ଐତିହ୍ୟ ସରଂକ୍ଷଣ କରାଯାଉ:ବିଜେପି

ଭୁବନେଶ୍ବର: ପ୍ରାଚୀନ ଐତିହ୍ୟ ସରଂକ୍ଷଣକୁ ନେଇ ପ୍ରତ୍ନତତ୍ତ୍ବ ଅଧୀକ୍ଷକଙ୍କୁ ଭେଟିଲା ବିଜେପି । ସୌନ୍ଦର୍ଯ୍ୟରଣ ନାଁରେ ରାଜ୍ୟସରକାର ଓଡିଶାର ସଂସ୍କୃତି, ପରମ୍ଫରା ଓ ପ୍ରାଚୀନ କଳାକୁ କୁଠାରଘାତ କରୁଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି । ଏନେଇ ସୋମବାର ଭାରତୀୟ ପ୍ରତ୍ନତତ୍ତ୍ବ ଅଧୀକ୍ଷକଙ୍କୁ ଭେଟଛି ରାଜ୍ୟ ବିଜେପି ।

ପ୍ରାଚୀନ ଐତିହ୍ୟ ସରଂକ୍ଷଣ କରାଯାଉ:ବିଜେପି

ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ ଆଳରେ ପ୍ରାଚୀନ ସଂସ୍କୃତି ଓ ଐତିହ୍ୟ ଗୁଡିକୁ ନଷ୍ଟ ନକରିବାକୁ ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରସ୍ଥ ହେଲା ରାଜ୍ୟ ବିଜେପି। ଏହାସହ ଶିଶୁପାଳଗଡ଼ ପ୍ରାଚୀନ କୀର୍ତ୍ତିରାଜି ସରଂକ୍ଷଣ କରାଯାଉ ବୋଲି ରାଜ୍ୟ ବିଜେପିର ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାରି କହିଛନ୍ତି । ରାଜ୍ୟ ସରକାର ,ପୁରୁଣା କୀର୍ତ୍ତିରାଜି ଭାଙ୍ଗି ନଷ୍ଟ କରୁଛନ୍ତି । ଦୁଇ ହଜାର ବର୍ଷରୁ ଊର୍ଦ୍ଧ୍ବ ଐତିହାସିକ ଶିଶୁପାଳଗଡ଼ ଠାରେ ଅନେକ ପୁରାତନ ମଠ ମନ୍ଦିର ଏବଂ ପୁରାତନ କୀର୍ତ୍ତିରାଜି ଭରି ରହିଛି ହେଲେ ସରକାର ଜମି ଜବର ଦଖଲ କରି ଐତିହାସିକ ଢାଞ୍ଚା ଏବଂ କଳାକୃତି ନଷ୍ଟ କରୁଛନ୍ତି ।

ଏଭଳି ଅଭିଯୋଗ ନେଇ ସୋମବାର ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଅଧିକ୍ଷକ ଅରୁଣ ମଲିକଙ୍କୁ ଭେଟି ଶିଶୁପାଳଗଡ଼ ସଂରକ୍ଷଣ କରିବା ପାଇଁ ଦାବି କରିଛନ୍ତି । ସୂଚନାଥାଉକି ରାଜ୍ୟସରକାର ସୌନ୍ଦର୍ଯ୍ୟକରଣ ନାମରେ ବିଭିନ୍ନ ମନ୍ଦିରର ପାରିପାର୍ଶ୍ବିକ ସ୍ଥାନରେ ଥିବା ଅଞ୍ଚଳକୁ ଦଖଲ କରୁଛନ୍ତି ଏବଂ ଉଚ୍ଛଦ କରୁଛନ୍ତି । ସେହିପରି ପ୍ରାଚୀନ ଐତିହ୍ୟ ଗୁଡିକର ସରଂକ୍ଷଣ କରାଯାଉ ବୋଲି ବିଜେପି କହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ,ଇଟିଭି ଭାରତ

ABOUT THE AUTHOR

...view details