ଓଡିଶା

odisha

ETV Bharat / city

ଜିନ୍ଦଲ ବିରୋଧରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି - bjp team meet governor

ଜିନ୍ଦଲ ବିରୋଧରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି (bjp team meet governor) । ଜିନ୍ଦଲ ବିରୋଧରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି। ଯୋଡା ବ୍ଲକ ବିଲେଇପଦା ଠାରେ ଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟରୁ ନିର୍ଗତ ମଇଳା କେମିକାଲ ମିଶା ପାଣି ମୃଗା ନଦୀରେ ଛାଡୁଥିବାରୁ ବୈତରଣି ନଦୀ ପ୍ରଦୁଷିତ ହେଉଛି । ଏହା ଦ୍ୱାରା ଲକ୍ଷାଧିକ ଲୋକ ପାଣି ବ୍ୟବହାର କରି ଚର୍ମରୋଗରେ ଆକାନ୍ତ ହେଉଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Sep 22, 2022, 9:34 PM IST

ଭୁବନେଶ୍ବର: ଜିନ୍ଦଲ ବିରୋଧରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି (bjp team meet governor ) । ଜିନ୍ଦଲ ବିରୋଧରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି । କେନ୍ଦୁଝର ଯୋଡା ବ୍ଲକ ବିଲେଇପଦା ଠାରେ ଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟରୁ ନିର୍ଗତ ମଇଳା କେମିକାଲ ମିଶା ପାଣି ମୃଗା ନଦୀରେ ଛାଡୁଥିବାରୁ ବୈତରଣି ନଦୀ ପ୍ରଦୁଷିତ ହେଉଛି । ଏହା ଦ୍ୱାରା ଲକ୍ଷାଧିକ ଲୋକ ପାଣି ବ୍ୟବହାର କରି ଚର୍ମରୋଗରେ ଆକାନ୍ତ ହେଉଛନ୍ତି । ଏପରିକି କାରଖାନାରୁ ନିର୍ଗତ ଧୁଆଁ ଧୁଳିରେ ବାୟୁମଣ୍ଡଳ ବ୍ୟାପକ ପ୍ରଦୁଷିତ ହେଉଛି । ତୁରନ୍ତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟ କାରଖାନା ବିରୋଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବା ଦାବି କରି ବିଜେପି ନଦୀ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ଜିନ୍ଦଲ ବିରୋଧରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

ନଦୀଜଳ ପ୍ରଦୂଷଣ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଦାବି । ରାଜ୍ୟ ସରକାର ବିହୀତ ପଦକ୍ଷେପ ଗ୍ରହଣ ନକରିଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବା ସହିତ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନିଆଯିବ । ନଦୀର ସୁରକ୍ଷା ଓ ପ୍ରଦୂଷିତ ମୁକ୍ତ କରିବା ଲାଗି ବିଜେପିର ନଦୀ ସୁରକ୍ଷା ସମିତି ( ନମାମି ଗଙ୍ଗ ) ର ରାଜ୍ୟ ସଭାପତି ମହେଶ୍ବର ସାହୁ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ବିଲେଇପଦାଠାରେ ଅବସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଟ ଲିମିଟେଡ କାରଖାନାରୁ ନିର୍ଗତ କେମିକାଲ ମିଶା ମଇଳା ପାଣିକୁ କମ୍ପାନୀ ସିଧାସଳଖ ଭାବରେ ମୃଗା ନାଳରେ ଛାଡିଥିବାରୁ ବୈତରଣୀ ନଦୀର ଜଳ ସମ୍ପୂର୍ଣ ବିଷାକ୍ତ ଓ ପ୍ରଦୂଷିତ ହୋଇଯାଇଛି । ମୃଗା ନାଳ ଏବଂ ବୈତରଣୀ ନଦୀର ପାଣିକୁ ବ୍ୟବହାର କରୁଥିବା ବ୍ୟକ୍ତିମାନେ ନାନାଦି ସଂକ୍ରାମକ ରୋଗରେ ଆକ୍ରାନ୍ତ ହେଉଛନ୍ତି ।

କାରଖାନାର ଏହି ବିଷାକ୍ତ ପାଣିରେ ପାଖ ଆଖ ଅଞ୍ଚଳର ଚାଷ ଜମିରେ ଫସଲ ମରି ଯାଉଛି ବୋଲି ସାହୁ କହିଛନ୍ତି । ଜିନ୍ଦଲ କମ୍ପାନୀ ୱାଟର ଟ୍ରିଟିମେଟ ପ୍ଲାଟ ବସାଇ କାରଖାନାରୁ ନିର୍ଗତ ମଇଳା ପାଣିକୁ ବିଶୋଧନ କରି ପୁନର୍ବାର ସେହି ପାଣିକୁ କାରଖାନାରେ ବ୍ୟବହାର କରିବା କଥା କିନ୍ତୁ ଜିନ୍ଦଲ କମ୍ପାନୀର ନିର୍ଗତ ମଇଳା ପାଣିକୁ ବିଶୋଧ ନକରି ସିଧାସଳଖ ଭାବରେ ମୃଗା ନାଳରେ ଛାଡି ଦେଇଥିବାରୁ ମୃଗା ନାଳ ଓ ବୈତରଣୀ ନଦୀ ଆଜି ସମ୍ପୂର୍ଣ ଭାବରେ ପ୍ରଦୂଷିତ ହୋଇଯାଇଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।

ଲକ୍ଷାଧୂକ ଲୋକ ଏହି ପାଣି ବ୍ୟବହାର କରି ନାନାଦି ଚର୍ମରୋଗ ଓ ପେଟ ରୋଗରେ ଆକ୍ରାନ୍ତ ହେଉଛନ୍ତି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ କାରଖାନାରୁ ନିର୍ଗତ ଧୂଳି ଧୂଆଁରେ ଆଖପାଖ ଅଂଚଳରେ ବାୟୁ ମଣ୍ଡଳ ବ୍ୟାପକ ମାତ୍ରାରେ ପ୍ରଦୂଷିତ ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details