ଓଡିଶା

odisha

ETV Bharat / city

ହୋମଗାର୍ଡ ରଞ୍ଜନ ମଲ୍ଲିକଙ୍କୁ ହତ୍ୟା ଧମକ ଘଟଣା: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲା ବିଜେପି

ହୋମଗାର୍ଡ ରଞ୍ଜନ ମଲ୍ଲିକଙ୍କୁ ବରୀ ବିଧାୟିକାଙ୍କ ସ୍ବାମୀ ମାଡ ମାରିବା ତଥା ହତ୍ୟା ଧମକ ଦେବା ଅଭିଯୋଗରେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାୱଲେଙ୍କୁ ଭେଟିଲା ବିଜେପି । ବିଜେପିର ଏକ ପ୍ରତିନିଧି ଦଳ ମନ୍ତ୍ରୀଙ୍କୁ ଭେଟି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ କହିବା ସହ ରଞ୍ଜନଙ୍କୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 22, 2019, 10:26 PM IST

ଭୁବନେଶ୍ବର: ଯାଜପୁର ଜିଲ୍ଲା ବରି ବ୍ଲକ ଔପଦା ଗାଁର ହୋମଗାର୍ଡ ରଞ୍ଜନ ମଲ୍ଲିକଙ୍କୁ ବରୀ ବିଧାୟିକାଙ୍କ ସ୍ବାମୀ ମାଡ ମାରିବା ତଥା ହତ୍ୟା ଧମକ ଦେବା ଅଭିଯୋଗରେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାୱଲେଙ୍କୁ ଭେଟିଲା ବିଜେପି । ବିଜେପିର ଏକ ପ୍ରତିନିଧି ଦଳ ମନ୍ତ୍ରୀଙ୍କୁ ଭେଟି ଅଭିଯୁକ୍ତଙ୍କୁ ପ୍ରିଭେନସନ ଅଫ ଆଟ୍ରୋସିଟିସ ଆକ୍ଟ,୧୯୮୯ ଅନୁଯାୟୀ ତୁରନ୍ତ ଗିରଫ କରିବାକୁ କହିବା ସହ ରଞ୍ଜନଙ୍କୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଧାୟିକାଙ୍କ ସ୍ବାମୀ ଦେବେନ୍ଦ୍ର ଦାସଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ ଓ ସରପଞ୍ଚ ସନ୍ତୋଷ ସାମଲ ହୋମଗାର୍ଡଙ୍କୁ ହତ୍ୟା ଧମକ ଦେବା ସହିତ ଜାତିଆଣ ଆକ୍ଷେପ କରିଥିବାରୁ ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ବିଜେପି, ମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛି ।

ସେହିପରି ରଞ୍ଜନଙ୍କ ବିରୋଧରେ ପୋଲିସ ମିଥ୍ୟା ମକଦ୍ଦମା ଲଗାଇଥିବାରୁ ଏହାକୁ ତୁରନ୍ତ ହଟାଇ ତାଙ୍କୁ ନ୍ୟାୟ ଦେବାକୁ ବିଜେପି କହିଛି । ପୂର୍ବରୁ ପ୍ରତିନିଧି ଦଳ ହୋମଗାର୍ଡଙ୍କୁ ନ୍ୟାୟ ଦେବା ଦାବିରେ ରାଜ୍ୟ ମାନବଧିକାର କମିଶନ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ । ଏହା ସତ୍ତ୍ବେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ବିଷୟକୁ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀଙ୍କ ଆଗରେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନର୍ଦଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details