ଓଡିଶା

odisha

ETV Bharat / city

ଅଭିଯୋଗ ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି

ଆଦର୍ଶ ଆଚରଣ ବିଧି ଲାଗୁ ହେବାର 24 ଘଣ୍ଟା ହୋଇନି ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି।

By

Published : Mar 11, 2019, 8:22 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ୱର: ଆଦର୍ଶ ଆଚରଣ ବିଧି ଲାଗୁ ହେବାର 24 ଘଣ୍ଟା ହୋଇନି ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ନିୟୋଜିତ ଥିବା ଡିଲର ସୋମବାର ମାଗଣା ଏଲଇଡି ବାଣ୍ଟୁଛନ୍ତି। ସେଥିରେ ଲଗାମ ଲାଗିନାହିଁ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ୱର

ଅନ୍ୟପଟେ ଦଳ ଅଭିଯୋଗ କରିଛି କି ଏବେ ବି କାଳିଆ ଯୋଜନା ହୋର୍ଡିଂ ବିଭିନ୍ନ ସ୍ଥାନରେ ଲାଗିଛି। ତୁରନ୍ତ ଏହାକୁ ହଟାଯିବା ଦରକାର ବୋଲି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀ ସବୁ କଥା ଶୁଣିବା ପରେ ଏହାକୁ ଗୁରୁତର ସହ ନିଆଯାଇ ବିଚାର କରାଯିବ ବୋଲି କହିଛନ୍ତି।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details