ଓଡିଶା

odisha

ETV Bharat / city

ସିସିଟିଭି କିଣାରେ ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି - ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି

ରାଜ୍ୟରେ ସିସିଟିଭି କିଣାକୁ ନେଇ ରାଜ୍ୟ ସରକାର ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି । ଏନେଇ ବିଜେପି ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଘେରିଛି । ଅଧିକ ପଢନ୍ତୁ...

ସିସିଟିଭି କିଣାରେ ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି
ସିସିଟିଭି କିଣାରେ ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି

By

Published : Sep 5, 2021, 2:53 PM IST

ଭୁବନେଶ୍ବର: ରାଜ୍ୟରେ CCTV କିଣା ଦୁର୍ନୀତିର ଗନ୍ଧ ବାରିଲା ବିଜେପି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ଦଳ ରାଜ୍ୟ ସରକାରଙ୍କୁ ଘେରିଛି । ସରକାର ୧୦୦ କୋଟି ବଦଳରେ ୧୦୪ କୋଟିର ଟେଣ୍ଡର କରିଥିବା ବେଳେ ଥାନା ପିଛା ୬ ଲକ୍ଷ ଟଙ୍କା ବଦଳରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ।

ସିସିଟିଭି କିଣାରେ ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି

ଏହି ସାମ୍ବାଦିକ ସମ୍ମିଳନୀରେ ମୟୂରଭଞ୍ଜର ୩ଟି ବିଧାୟକ ଉପସ୍ଥିତ ରହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟର 593ଟି ଥାନାରେ ସିସିଟିଭି ଲଗାଇବାରେ ଦୁର୍ନୀତି ହୋଇଥିବା ନେଇ ସାଙ୍ଘାତିକ ଅଭିଯୋଗ ଆଣିଲା ବିଜେପି । ଥାନା ଗୁଡିକରେ ସ୍ବଚ୍ଛତା ଆଣିବା ପାଇଁ ସିସିଟିଭି ଲଗାଇବାରେ ବ୍ୟବସ୍ଥା କରିଥିଲେ ସରକାର । କେନ୍ଦ୍ର ସରକାର ଏଥିପାଇଁ ଟଙ୍କା ମଧ୍ୟ ଦେଇଥିଲେ । କିନ୍ତୁ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ବିଜେପି ଅଭିଯୋଗ କରିଛି । ଟେଣ୍ଡରର ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଟଙ୍କାରେ ଟେଣ୍ଡର ଆହ୍ବାନ କରିଛନ୍ତି ରାଜ୍ୟ ସରକାର ।

100 କୋଟି ବଦଳରେ 104 କୋଟି ଟଙ୍କାର ଟେଣ୍ଡର ହୋଇଛି । ଖାଲି ସେତିକି ନୁହେଁ ଓଡି଼ଶା ବଜାରର ଦର ଅନୁଯାୟୀ ଗୋଟିଏ ଥାନାକୁ 6 ଲକ୍ଷ ଟଙ୍କାର ସିସିଟିଭି ଲାଗୁଥିବା ବେଳେ ରାଜ୍ୟ ସରକାର ଏଥିପାଇଁ 15 ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହାବାଦ ଯେଉଁ କମ୍ପାନୀକୁ ଟେଣ୍ଡର ଦିଆଯାଇଛି ସେହି କମ୍ପାନୀର କୌଣସି ସର୍ଭିସ ସେଣ୍ଟର ଓଡ଼ିଶାରେ ନାହିଁ । ରାଜ୍ୟର 593ଟି ଥାନାରେ ସିସିଟିଭି ଲଗାଇବା ପାଇଁ OCACକୁ ଦାୟିତ୍ବ ଦେଇଥିଲେ ରାଜ୍ୟ ସରକାର ।

ଏଥିପାଇଁ ଯେଉଁ କଂସଲଟାଣ୍ଟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା ତାଙ୍କର ସେଭଳି କୌଣସି ଯୋଗ୍ୟତା ନଥିବା କଥା ମଧ୍ୟ ଅଭିଯୋଗ କରିଛି ବିଜେପି । ଏହି ଟେଣ୍ଡର ପ୍ରକ୍ରିୟାକୁ ବାତିଲ କରି ରାଜ୍ୟରେ ବୈଷୟିକ କମିଟି ଗଠନ କରି ଟେଣ୍ଡର ଆହ୍ବାନ କରାଯାଉ ଓ ଯେଉଁ ଅଧିକାରୀମାନେ ଏହି ଦୁର୍ନୀତିରେ ସାମିଲ ଅଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details