ଭୁବନେଶ୍ବର: ଆସନ୍ତା ୫ ବର୍ଷରେ ରାଜ୍ୟର ଦାରିଦ୍ର୍ୟ ସୀମାରେଖାକୁ ୨୯ ପ୍ରତିଶତରୁ ୧୦ପ୍ରତିଶତକୁ ଖସାଇବାକୁ ଦୃଢ଼ୋକ୍ତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା କରିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ମୁଖ୍ୟମନ୍ତ୍ରୀ ମିଛ ଘୋଷଣା କରୁଛନ୍ତି ବୋଲି କହିଛି ବିଜେପି । ସରକାର ସବୁଥିରେ ପଛୁଆ ରହିଛନ୍ତି । ବିଭିନ୍ନ ରିପୋର୍ଟ ଏହା ଦର୍ଶାଉଛି ବୋଲି କହିଛି ବିଜେପି ।
ନୀତି ଆୟୋଗ ରିପୋର୍ଟ, ରାଜ୍ୟପାଳଙ୍କ ମନ୍ତବ୍ୟ ଓ ମୁଖ୍ୟମନ୍ତ୍ରୀଙ୍କ କଥା ମେଳ ଖାଉନି ବୋଲି କହିଛି ବିଜେପି । ତେବେ କେଉଁଟା ସତ ବିଜେଡି ସ୍ପଷ୍ଟ କରୁ ବୋଲି ଦାବି କରିଛି ବିଜେପି । ପୂର୍ବରୁ ରାଜ୍ୟପାଳ କହିଥିଲେ ଆସନ୍ତା ୫ ବର୍ଷରେ ଦାରିଦ୍ର୍ୟ ସୀମାରେଖା ୫ ପ୍ରତିଶତରେ ପହଞ୍ଚିବ କହିଥିଲେ । କିନ୍ତୁ ଗତକାଲି ମୁଖ୍ୟମନ୍ତ୍ରୀ ଆସନ୍ତା ୫ ବର୍ଷରେ ଦାରିଦ୍ର୍ୟ ସୀମାରେଖା ୧୦ ପ୍ରତିଶତରେ ରଖିବେ ବୋଲି କହିଛନ୍ତି ।