ଭୁବନେଶ୍ବର:ରାଜ୍ୟରେ ବର୍ତ୍ତମାନ ୪୧୯୬ଟି ପୋଲିସ ପଦବୀ ଖାଲି ପଡିଛି । ଜନସଂଖ୍ୟା ଆଧାରରେ ପୋଲିସ ସଂଖ୍ୟା ମଧ୍ୟ ବହୁତ କମ୍ । ଦେଶରେ ପୋଲିସ ବ୍ୟବସ୍ଥା ପାଇଁ ସବୁଠାରୁ କମ୍ ଖର୍ଚ୍ଚ କରେ ଓଡିଶା ରାଜ୍ୟ । ରାଜ୍ୟ ସରକାର ବଜେଟର ମାତ୍ର ୦.୬ ପ୍ରତିଶତ ପୋଲିସ ବ୍ୟବସ୍ଥା ପାଇଁ ଖର୍ଚ୍ଚ କରୁଛନ୍ତି । କେଉଁଠି ଥାନା ଅଛି ତ ଥାନା ଅଧିକାରୀ ନାହାଁନ୍ତି କେଉଁଠି ଥାନା ଅଧିକାରୀ ଥିଲେ କର୍ମଚାରୀ ନାହାଁନ୍ତି । ଅପରାଧ ନିୟନ୍ତ୍ରଣ ପାଇଁ ରାଜ୍ୟ ପୋଲିସର ଅତ୍ୟାଧୁନିକ ଭିତ୍ତିଭୂମି ନାହିଁ । ଏପରି ସ୍ଥିତିରେ ନୂଆ ପୋଲିସ ଡିଜି ଆସି କଣ କରିବେ ବୋଲି ପ୍ରଶ୍ନ କରିିଛି ବିଜେପି । ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଏପରି କିଛି ପ୍ରଶ୍ନ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।
ସେହିପରି ଅଧିକାଂଶ କ୍ଷେତ୍ରରେ ପୋଲିସ କର୍ମଚାରୀ ପ୍ରତ୍ୟକ୍ଷ ଭାବେ ଦୁର୍ନୀତିରେ ଲିପ୍ତ ଥିବାର ଅନେକ ଦୃଷ୍ଟାନ୍ତ ରହିଛି । ବୋଲକରା ଶାସକ ବିଜେଡିର ଦଳୀୟ କାର୍ଯ୍ୟକର୍ତା ଭାବେ କାର୍ଯ୍ୟ କରୁଥିବାର ମଧ୍ୟ ଅନେକ ପ୍ରମାଣ ମଧ୍ୟ ରହିଥିବା ବେଳେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡିପଡିଛି ବୋଲି ଅଭିଯୋଗ କରିଛନ୍ତି ସତ୍ୟବ୍ରତ ।