ଓଡିଶା

odisha

ETV Bharat / city

ଜାଗା ମିଶନକୁ ନେଇ ବର୍ଷିଲା ବିଜେପି

ରାଜ୍ୟ ସରକାରଙ୍କ ଜାଗା ମିଶନକୁ ନେଇ ବର୍ଷିଲା ରାଜ୍ୟ ବିଜେପି । ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ କାରନାମା ପର୍ଦାଫାସ କଲା ଦଳ ।

PHOTO
ଜାଗା ମିଶନକୁ ନେଇ ବର୍ଷିଲା ବିଜେପି

By

Published : Dec 12, 2019, 8:54 PM IST

ଭୁବନେଶ୍ବର: ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ଯୋଗାଇ ବିଶ୍ବର ଦୃଷ୍ଟି ଆକର୍ଷଣ କରିବା ସହିତ ଆନ୍ତର୍ଜାତୀୟ ସ୍ତରରେ ଓଡିଶା ସରକାର ପୁରସ୍କୃତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଏହି ବାଃବାଃକୁ ନେଇ ବର୍ଷିଛି ରାଜ୍ୟ ବିଜେପି ।

ଜାଗା ମିଶନକୁ ନେଇ ବର୍ଷିଲା ବିଜେପି

ବିଜେପି ଅଭିଯୋଗ କରିଛି ଜାଗା ମିଶନ ନାଁରେ ରାଜ୍ୟବାସୀଙ୍କୁ ଧୋକା ଦେଇଛନ୍ତି ରାଜ୍ୟ ସରକାର । ପୁରସ୍କାର କେବଳ ପ୍ରଚାର ସର୍ବସ୍ବ ,ତଥ୍ୟ ଅନୁସାରେ ଜାତିସଂଘ ଏହି ପୁରସ୍କାର ବା ସ୍ବୀକୃତି ଦେଇନାହିଁ। ଜାତିସଂଘ ଦ୍ବାରା ଅନୁବନ୍ଧିତ ଏକ ସଂସ୍ଥା ୱାର୍ଲ୍ଡ ହାବିଟାଟ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି । ହେଲେ ରାଜ୍ୟ ସରକାର ଓଡିଶାବାସୀଙ୍କୁ ମିଛ କହି ଭୁତାଉଛନ୍ତି , ଏଭଳି ଅଭିଯୋଗ ଆଣିଛନ୍ତି ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।


ସେ ଆହୁରି ଅଭିଯୋଗ କରିଛନ୍ତି ପୂର୍ବରୁ କହିଥିଲେ ଜାଗା ମିଶନରେ ୧୦ ଲକ୍ଷ ଲୋକଙ୍କୁ ଏଥିରେ ସାମିଲ କରାଯାଇଛି , କିନ୍ତୁ ପୁରସ୍କାର ପାଇଁ ୧୮ ଲକ୍ଷ ଲୋକଙ୍କ ତାଲିକା ଦିଆଯାଇଛି। ଖାଲି ସେତିକି ନୁହେଁ ଦଳୀୟ ଆଧାରରେ ଜାଗା ମିଶନରେ ଜାଗା ଦେବା ଲାଗି ସରକାର ପ୍ରୟାସ କରିଛନ୍ତି। ରାଜ୍ୟରେ 5ଟି ର ଡିଣ୍ଡିମ ପିଟୁଥିବା ଟେକ୍ନୋଲୋଜିର କଥା କହୁଥିବା ବେଳେ ଜାଗା ମିଶନ ସାଇଟ କାହିଁକି ଖୋଲୁନାହାଁନ୍ତି । ସବୁ ମିଛ ପ୍ରଚାର। ଏଯାଏ ଜଣକୁ ବି ଖଣ୍ଡିଏ ଜାଗା ମିଳିନାହିଁ ।


ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details