ଓଡିଶା

odisha

ETV Bharat / city

'ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ' - ବିଜେପି ସିବିଆଇ

ବିଜେପି ସିବିଆଇର ଦ୍ବାରସ୍ଥ ହେବ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଲାଣି। ନବରଙ୍ଗପୁର କୋଷାଗୁମୁଡ଼ା ଘଟଣା କେବଳ ନାବାଳିକାକୁ ହତ୍ୟା ନୁହେଁ ଏହା ଏକ ଗଣଦୁଷ୍କର୍ମ ଘଟଣା ବୋଲି ବିଜେପି ଅଭିଯୋଗ କରିଆସୁଛି ।

'ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ'
'ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ'

By

Published : Jan 2, 2020, 9:00 PM IST

ଭୁବନେଶ୍ବର: ବିଜେପି ସିବିଆଇର ଦ୍ବାରସ୍ଥ ହେବ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଲାଣି। ନବରଙ୍ଗପୁର କୋଷାଗୁମୁଡ଼ା ଘଟଣା କେବଳ ନାବାଳିକାକୁ ହତ୍ୟା ନୁହେଁ ଏହା ଏକ ଗଣଦୁଷ୍କର୍ମ ଘଟଣା ବୋଲି ବିଜେପି ଅଭିଯୋଗ କରିଆସୁଛି । ମାତ୍ର ଜାଣିଶୁଣି ଏହି ସମ୍ବେଦନଶୀଳ ଘଟଣାକୁ ଚାପି ଦେବାକୁ ବସିଛି ଜିଲ୍ଲା ପ୍ରଶାସନ ।

'ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ'

ରାଜ୍ୟ ସରକାରଙ୍କ ଏଜେଣ୍ଟ ଭାବେ ଶାସନ କଳ କାର୍ଯ୍ୟ କରୁଛି ବୋଲି ବିଜେପି ଅଭିଯୋଗ କରିଛି । ଯାହାଫଳରେ ମହିଳାମାନେ ଅସୁରକ୍ଷିତ ମନେ କରୁଛନ୍ତି । ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ବୋଲି ବିଜେପି କହିଛି।

ତେଣୁ ଏ ଘଟଣାରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନହୁଏ ଆଗାମୀ ଦିନରେ ବିଜେପି ପକ୍ଷରୁ ନ୍ୟାୟିକ ତଦନ୍ତ ଏବଂ ଆବଶ୍ୟକ ପଡ଼ିଲେ ସିବିଆଇ ତଦନ୍ତ ଦାବି କରିବ ବିଜେପି । ସେପଟେ ଏନେଇ ଜବାବ ରଖିଛନ୍ତି ବିଜେଡି ନେତା ପ୍ରତାପ ଦେବ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ ଓ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details